News portal website
before header
[URIS id=5393]

ଉଦଳା ପ୍ରେସ କ୍ଲବର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକସଭା।

0 264

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ

Notice

ତା-୨୫-୦୯-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

ଆଜି ଉଦଳା ପ୍ରେସ କ୍ଲବ ପରିସରରେ ସଭାପତି ଅରୁଣ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଓଡ଼ିଶାର ଜଣାଶୁଣା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି।ଦୁଇ ମିନିଟ ପାଇଁ ନୀରବ ପ୍ରାର୍ଥନା ସହିତ ତାଙ୍କର ଅତୀତ ଜୀବନରେ ଗଣମାଧ୍ୟମ ପାଇଁ କିପରି ନିର୍ଭୀକ ଖବର ପରିବେଷଣ କରି ଓଡ଼ିଶାର ଆଗଧାଡିର ଜଣେ ବେଶ ପରିଚିତ ହୋଇ ପାରିଥିଲେ ସେ ସମ୍ପର୍କରେ ଏକ ଆଲୋଚନା ହୋଇଥିଲା ।

ଏଥିରେ ବରିଷ୍ଠ ଓକିଲ ତଥା ସାମ୍ବାଦିକ ବସନ୍ତ କୁମାର ପରିଡା , ହିମାଦ୍ରୀ ଶେଖର ପାଲ , ସାଲାଏ ମାରାଣ୍ଡି , ସର୍ବେଶ୍ୱର ମହାପାତ୍ର , ଆନନ୍ଦ ଦାସ , ଆପଦ ରାଉତ , ସୁବ୍ରତ ମହାନ୍ତି ପ୍ରମୁଖ ଅରିନ୍ଦମ ଦାସଙ୍କ ବାବଦରେ ବ୍ୟକ୍ତବ ରଖିଥିଲେ । ଏହି ବୈଠକରେ ଓଟିଭିର ସାମ୍ବାଦିକ ମାନସ କୁମାର ପାଣି ମଧ୍ୟ ଉପସ୍ଥିତ ରହିବା ସହିତ ତାଙ୍କର ସୃତି ଚାରଣ କରିଥିଲେ ।

ଅନ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ସୁରେଶ୍ୱର ଜେନା , ରାଜୀବ ବେହେରା , ପ୍ରଭାସ କୁମାର କର ଓ ଅନ୍ୟ ଗଣମାଧ୍ୟମ ଓ ୱେବ ଚେନାଲର ଉପସ୍ଥିତ ଥିଲେ । ଶେଷରେ ଉଦଳା ପ୍ରେସ କ୍ଲବର ସମ୍ପାଦକ ଜଗବନ୍ଧୁ ପ୍ରଧାନ ଏଭଳି ଦୁଃଖ ସମୟରେ ତାଙ୍କର ପରିବାର ପ୍ରତି ଭଗବାନ ସହାୟ ହୁଅନ୍ତି ଓ ସମସ୍ତେ ଅରିନ୍ଦମ ଦାସଙ୍କ ପରି ହେବା ଉଚିତ ବୋଲି ମତ ଦେଇଥିଲେ ।

Leave A Reply

Your email address will not be published.