News portal website
before header
[URIS id=5393]

ଭାଜପା ଯୁବମୋର୍ଚାର, ସେବା ସପ୍ତାହ

0 384

ଭୁବନେଶ୍ୱର

ତା/୨୦/୦୯/୨୦୨୦

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ଭାଜପା ସେବା ସପ୍ତାହ ଭାବେ ପାଳନ କରୁଛି। ତେବେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ କରୋନା ମହାମାରୀ ସମୟରେ ଲୋକଙ୍କ ସେବାରୁ ଭାଜପା ଦଳ କିମ୍ବା ଏହାର କର୍ମକର୍ତ୍ତାଗଣ ବିଚ୍ଯୁତ ହୋଇନାହାନ୍ତି। ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ବିଜେପି ଯୁବମୋର୍ଚ୍ଚା ତରଫରୁ, ମଝିପଡା ପଞ୍ଚାୟତର ବିଦ୍ୟାଳୟ, ରାସ୍ତାର ଦୁଇପାର୍ଶ୍ୱ, ସଫେଇ କରାଯାଇଥିଲା, ଦୁଇ ଦିନ ବ୍ଯାପି ଗଛ ଲଗାଯାଇଥିଲା,

ଏହାସହ ମଝିପଡା଼ ପଞ୍ଚାୟତର ମଝିପଡା଼ ଗ୍ରାମର ନୀଳ ଦେହୁରୀଙ୍କ ଗତ କାଲି ରାତିରେ ଘର ପୋଡିଯିବା ଖବର ଶୁଣି ସମାଜସେବୀ,ତଥା ଭାରତୀୟ ଜନତାପାର୍ଟିର ଯୁବନେତା ମଝିପଡା଼ ପଞ୍ଚାୟତ ବାସୀଙ୍କ ସୁଖ ଦୁଃଖର ସାଥୀ ସଭିଙ୍କ ପ୍ରିୟ ପ୍ରମୋଦ ଜେନା( କାଳିଆ ଭାଇ)ଙ୍କ ନିର୍ଦେଶ କ୍ରମେ ଭାରତୀୟ ଜନତାପାର୍ଟିର ଯୁବମୋର୍ଚ୍ଚା ସଦସ୍ୟମାନଙ୍କ ଦ୍ୱାରା ଶୁଖିଲା ଖାଦ୍ୟ ସହ ଆର୍ଥିକ ସହାୟତା ପହଞ୍ଚା ଯାଇଥିଲା।

ତେବେ ଏ ସବୁ କାର୍ଯ୍ୟକ୍ରମରେ ଯୁବନେତା ବାବାଜୀ କୁମାର ଜେନା, ପ୍ରକାଶ ପ୍ରଧାନ, ଜ୍ଯୋତି ପ୍ରକାଶ ଜେନା, ପ୍ରଦ୍ୟୁମ୍ନ ଜେନା, ଜ୍ଞାନରଂଜନ ପ୍ରଧାନଙ୍କ ମିଳିତ ସହଯୋଗରେ ସମାପନ ହୋଇଥିବା ନେଇ ସୂଚନା ମିଳୁଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.