News portal website
before header
[URIS id=5393]

କିଏ ଦାୟୀ? କାହାର ଉତ୍ତର ଦାୟିତ୍ୱ?

0 662

ହାତରେ ଭିକ୍ଷା ଝୁଲି ଧରି ଭିକ ମାଗୁଥିବା ଫଟୋରେ ଝିଅ ଟିକୁ ନିଶ୍ଚୟ ଦେଖି ପାରୁଥିବେ,ମାତ୍ର ଚିହ୍ନି ପାରୁନ ଥିବେ,। ଏ ଫଟୋ ହେଉଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ରଇପୁର ପଞ୍ଚାୟତ ବେଙ୍ଗପୁର ଗ୍ରାମର ସ୍ଵର୍ଗତ ଭୀମସେନ ଦାସ ଙ୍କ ଝିଅ ସ୍ଵର୍ଣ୍ଣ ଲତାଙ୍କର,ଯାହାର ବର୍ତ୍ତମାନ ବୟସ 45ବର୍ଷ ।

ଯିଏ ଦିନେ ବାପା ଙ୍କ ଦ୍ଵାରା ସ୍ଥିରିକୃତ ବର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଠର ବାଟିଆ ଗାଁର ବିବାହ କରି ଦେଖି ଥିଲା ଭବିଷ୍ୟତ ସଂସାର ଗଢିବାକୁ ସୁନେଲି ସ୍ଵପ୍ନ ,ହେଲେ ଆଜି ତାର ସେ ଦିନର ସ୍ଵପ୍ନ ସ୍ଵପ୍ନ ହୋଇ ରହି ଯାଇଛି ।

ନା ଅଛି ବୋହୂ ର ମର୍ଯ୍ୟାଦା, ନା ସ୍ଵାମୀ ପରିବାର ସୁଖ,ନା ମୁଣ୍ଡ ଗୁଞ୍ଜିବା ପାଇଁ ବଖରାଏ ଘର,ନା ନିଜର ଠିକଣା ? ରୋଷେଇ ଶାଳରେ ହାତରେ ଚଟୁ ଧରି ଭାତ ଡାଲି ରାନ୍ଧିବା ବଦଳରେ ଆଜି ନିଜ ପେଟ ଚାଖଣ୍ଡକ ପାଇଁ ସେଇ ହାତରେ ଭିକ୍ଷା ର ଝୂଲି ଧରିଛି। ଦାଉ ସାଧିଛି ସମୟ ବିବାହ ର ଦୁଇ ମାସ ପରେ ସ୍ଵାମୀ ଙ୍କ ମୁଣ୍ଡ ଖରାପ ହୋଇଗଲା। ପାଗଳ ସ୍ଵାମୀ କୁ ଡାକ୍ତର ଦେଖାଇବା ପାଇଁ ପଇସା ଅଭାବରୁ ସ୍ଵାମୀ କୁ ସାଥିରେ ଧରି ପଳାଇ ଆସିଲା ବାପ ଘରକୁ । ବାପ ଘରର ଆର୍ଥିକ ସ୍ଥିତି ଭଲ ନ ଥିଲେ ମଧ୍ୟ କିଛି ଦିନ ସାଧାରଣ ଚିକିତ୍ସା କରାଉଥିଲେ ।

ତା’ପରେ ସ୍ଵାମୀ ପ୍ରଦୀପ ହଠାତ ଦିନେ ରାତିରେ ଲୁଚି କେଉଁଆଡେ ଚାଲି ଗଲେ ଯେ,ଆଉ ଫେରିଲେ ନାହିଁ।ସେତେ ବେଳକୁ ଚାରି ମାସ ଅନ୍ତସତ୍ଵା ଥିବା ସ୍ଵର୍ଣ୍ଣ ମୁଣ୍ଡରେ ଚଡକ ପଡିଗଲା, ତଥାପି ନିଜର ଧର୍ଯ୍ୟହରା ନ ହୋଇ ଏକ ଶିଶୁ କନ୍ୟାକୁ ଜନ୍ମ ଦେଲା। ଜୀବନ କୁ ଡରି ନ ଯାଇ ସମୟ ସହ ତାଳ ଦେଇ ବଞ୍ଚି ବାକୁ ଚେଷ୍ଟା କଲା। ପର ଘରେ ବାସନ ମାଜି ପେଟ ପୋଷିବା ସହ ଝିଅ କୁ କୋଡିଏ ବର୍ଷ କରି ବିବାହ ଦେଲା।

ଆଜି କାଲି କି ବାପଭାଇ ନ୍ୟାୟ ରେ ବାପାଙ୍କ ମୃତ୍ୟୁ ପରେ ଭାଇ ଭାଉଜ ଘରୁ ତଡି ଦେଲେ। ଶେଷରେ ନିରାଶ୍ରୟ ହୋଇ ଚଣ୍ଡିଖୋଲ ଛକରେ ଏକ ଜଳଖିଆ ଦୋକାନ ରେ ବାସନ ମାଜି ଚଳୁଥିଲେ।ମହାମାରୀ କରୋନା କଟକଣା ଲାଗିବା ପରେ ମାଲିକ ତାକୁ କାମରୁ ବାହାର କରି ଦେଲା,ନିଜ ଗାଁ କୁ ଆସିଲା ହେଲେ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାନ ନାହିଁ। ନିଜ ମା ପେଟର ଭାଇ ଠାରୁ ଆରମ୍ଭ କରି ସାହି ପଡିଶା ପର୍ଯ୍ୟନ୍ତ ନେହୁରା ହେଲେ ମଧ୍ୟ କେହି ତାକୁ ଆଶ୍ରୟ ଦେଲେନାହିଁ।

ପାଖରେ ନିଜର ଆଧାର କାର୍ଡ ଖଣ୍ଡକ ଛଡା ଆଉ କିଛି ନାହିଁ,,, ସରକାରୀ ସହାୟତା ସାତ ସପନ।ଗାଁ ଆଶା,ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ର ବିଭିନ୍ନ ଲୋକଙ୍କ ଠାରୁ ସରକାର ଟିକିନିଖି ଖବର ରଖିଥିଲେ ମଧ୍ୟ ଆଜି ଏ ସ୍ଵର୍ଣଲତା ବେ ସାହାରା ହୋଇ ରାସ୍ତାରେ ଭିକ୍ଷା ବୃତ୍ତି କୁ ଆପଣେଇ ନେଇଛି। ଧନ୍ୟ ସରକାର।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnewsରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.