News portal website
before header
[URIS id=5393]

କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ନେଇ ହୋଇପାରେ ନିଷ୍ପତ୍ତି

0 177

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୭-୦୬-୨୦୨୧

ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ! ମୋଦିଙ୍କ କ୍ୟାବିନେଟରେ ଏଣ୍ଟ୍ରି ମାରିପାରନ୍ତି ୨୦ ନେତା, ଓଡ଼ିଶାରୁ କାହାକୁ ମିଳିବ ଚାନ୍ସ, ଚାଲିଛି ଚର୍ଚ୍ଚା। ଆଜି ସଂଧ୍ୟାରେ ହୋଇପାରେ କେନ୍ଦ୍ରମନ୍ତ୍ରିମଣ୍ଡଳ ସଂପ୍ରସାରଣ । ଏଭିତରେ ଦିଲ୍ଲୀକୁ ଅନେକ ନେତାଙ୍କୁ ଡକରା ହୋଇଛି । ତେବେ କେମିତି ହେବ ମୋଦିଙ୍କ ଡ୍ରିମ୍ ଟିମ୍ ସେନେଇ ଆକଳନ ଚାଲିଛି ।

ନୂଆ ମନ୍ତ୍ରିମଣ୍ଡଳରେ ୬ କ୍ୟାବିନେଟ୍ ସହ ୨୦ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିପାରେ । ଯୁବ ଏବଂ ନୂଆ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ ।ଦେଶର ଇତିହାସରେ ସବୁଠୁ ୟଙ୍ଗ ହୋଇପାରେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ । ମୋଦି କ୍ୟାବିନେଟ୍ ର ହାରାହାରି ବୟସ କମ ରହିବ । ମନ୍ତ୍ରୀ ପଦ ଲାଗି ଶିକ୍ଷାଗତ ଯୋଗ୍ୟତାକୁ ପ୍ରାଧାନ୍ୟ ଦିଆଯିବ । ରାଜ୍ୟ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳ ଉପରେ ଗୁରୁତ୍ବ ରହିବ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଦଳିତ ଏବଂ ପଛୁଆ ବର୍ଗର ପ୍ରତିନିଧିତ୍ବ ବଢ଼ିପାରେ । ପ୍ରଶାସନିକ ଅନୁଭବ ଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ । ମନ୍ତ୍ରିମଣ୍ଡଳରେ ମହିଳା ପ୍ରତିନିଧିତ୍ବ ବୃଦ୍ଧି ନେଇ ମଧ୍ୟ ଚର୍ଚ୍ଚା ହେଉଛି ।ତେବେ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଥିବା କିଛି ପ୍ରମୂଖ ନାଁ ହେଉଛି, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ନାରାୟଣ ରାଣେ, ପଶୁପତି ପାରସ, ସୁଶୀଲ ମୋଦି, ସନ୍ତୋଷ କୁଶୱା, ରୀତା ବହୁଗୁଣା ଯୋଶୀ, ଅନୁପ୍ରିୟା ପଟେଲ ଏବଂ ବରୁଣ ଗାନ୍ଧୀ ।

N.D.A. ରେ ସାମିଲ ଥିବା ଛୋଟ ଛୋଟ ଦଳଗୁଡ଼ିକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । କେନ୍ଦ୍ର କ୍ୟାବିନେଟରେ ୮୧ ଜଣ ସଦସ୍ୟ ରହିପାରିବେ। କିନ୍ତୁ ବର୍ତ୍ତମାନ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବର୍ତ୍ତମାନ ଅଛନ୍ତି ୫୩ ଜଣ ସଦସ୍ୟ। ତେଣୁ ଆଉ ୨୮ ଜଣ ଏଥିରେ ସାମିଲ ହୋଇପାରିବେ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.