ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୭-୦୬-୨୦୨୧
ଜୁଲାଇ ୨୦ରୁ ଆରମ୍ଭ JEE ମେନ୍, ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ୍ ୩-୪ ପରୀକ୍ଷା ନେଇ ନିଷ୍ପତି। ଜୁଲାଇ ୨୦ରୁ ଆରମ୍ଭ ହେବ ଚଳିତ ବର୍ଷର JEE ମେନ୍ । ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ-୩ର ପରୀକ୍ଷା ହେବ । ସେହିପରି ଜୁଲାଇ ୨୭ରୁ ଅଗଷ୍ଟ ୨ମଧ୍ୟରେ ସେସନ-୪ ପାଇଁ ପରୀକ୍ଷା ହେବ ।

ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । କରୋନା ପାଇଁ ସହର ଓ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଉଛି ।କେନ୍ଦ୍ରଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୩ ଶହ ୩୪ ସହରର ୮ ଶହ ୨୮କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବେ ।

କରୋନା ଗାଇଡଲାଇନରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତା ମୂଳକ କରାଯାଇଛି । କୋଭିଡ ସଂକ୍ରମଣ ବୃଦ୍ଧି ଜନିକତ କାରଣରୁ ଗତବର୍ଷ ପରୀକ୍ଷା ହେବାରେ ବିଭ୍ରାଟ ସୃଷ୍ଟି ହୋଇଥିଲା । କିନ୍ତୁ ବର୍ତ୍ତମାନ କ୍ରମଃଶ ସ୍ଥିତିରେ ସୁଧାର ଆସିଥିବାରୁ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
