ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୪-୦୭-୨୦୨୧
ଜାପାନରେ ସହର ଉପରେ ମାଡ଼ିଗଲା ପାହାଡ଼। ମାଟି ଧସି ଆସି ପୋତି ପକାଇଲା ସବୁକିଛି। ଆତାମି ସହରରେ ଘଟିଛି ଏହି ଘଟଣା ଯାହାର ଚିତ୍ର ଦେଖିଲେ ଛାତି ଥରି ଉଠିବ। ୨୦ରୁ ଅଧିକ ନିଖୋଜ ଥିବାର ସୂଚନା ରହିଛି । ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଖବର ଅନୁଯାୟୀ, ସମୁଦ୍ର କୂଳିଆ ସହରାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବର୍ଷା ଲାଗି ରହିବା ପରେ ହଠାତ ମାଟି ଅତଡା ଧସି ଆସିଥିଲା।

କଳା ମିଚ ମିଚ ପଙ୍କୁଆ କାଦୁଅ ଘରଦ୍ବାର ଭାଙ୍ଗି ମାଡ଼ି ଆସିଥିଲା ଆଉ ତାର ବିଶାଳ ଆଁ ଭିତରେ ସବୁକିଛି ଭର୍ତ୍ତି କରିଦେଇଥିଲା। ଛୋଟ ଛୋଟ କାର ଉପରେ ମାଡ଼ିଯାଇଥିଲା ମାଟି। ଘରଗୁଡ଼ିକ ତାଡ଼ି ଦେଇଥିଲା। ଏହି ଘଟଣାରେ ୧୯ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଘଟଣାସ୍ଥଳରେ ସେଲ୍ଫ ଡିଫେନ୍ ସ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପ୍ରବଳ ବର୍ଷା ଲାଗି ଧସି ଆସିଥିବା ମାଟି ଘରଦ୍ବାରକୁ ସମୁଦ୍ର ପର୍ଯ୍ୟନ୍ତ ତାଡ଼ିନେଇଛି। ପ୍ରାୟ ୩ଶହ ପରିବାର ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଆଗକୁ ଆହୁରି ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଆଗକୁ ଆହୁରି ମାଟି ଅତଡ଼ା ଖସିବାର ଆଶଙ୍କା କରି ଲୋକମାନଙ୍କୁ ସତର୍କ କରାଯାଇଛି। ଏପରିକି ପ୍ରଭାବିତ ହେବା ଅଞ୍ଚଳରୁ ଲୋକଙ୍କୁ ଖାଲି କରାଯାଇଛି। ଜାପାନରେ ପ୍ରତିବର୍ଷ ୧୫ଶହ ଭୂସ୍ଖଳନ ଘଟଣା ଘଟୁଥିବା ବେଳେ ଗତ କିଛି ବର୍ଷ ଧରି ଏହାର ସଂଖ୍ୟା ବୃଦ୍ଧି ପାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
