ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୪-୦୭-୨୦୨୧
ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ । ସକାଳୁ ଗୋଟିଏ କଣ୍ଟେନରରୁ ୧୦୦ରୁ ଅଧିକ ଉର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମ ବାସୀ । ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଜଵାହାଳ ଗାଁ କାଳୀ ମନ୍ଦିର ନିକଟରେ ସକାଳ ସମୟରେ ଗୋଟିଏ କଣ୍ଟେନରରୁ କିଛି ଶବ୍ଦ ଆସୁଥିବା ଶୁଣି ଗାଁ ଲୋକେ ସନ୍ଦେହ କରି କଣ୍ଟେନର ପାଖକୁ ଯାଇଥିଲେ ।ଉପରକୁ ଚଢି ଦେଖିଲାବେଳକୁ ଗୋରୁ ଗୁଡିକୁ ଅତି ଦୟନୀୟ ଅବସ୍ଥାରେ ଗୋଡ ବନ୍ଧା ହୋଇ ଲଦା ହୋଇଥିଲେ।

କଣ୍ଟେନରଟି ରାତିରେ ଯାଉଥିବା ବେଳେ ଖରାପ ହୋଇଯିବାରୁ ଡ୍ରାଇଭର ଭୟରେ ଗାଡି କୁ ଛାଡି ପଳାଇ ଥିଲା । ତେବେ ସମସ୍ତ ଗୋରୁ ଗୁଡିକୁ ସୁରକ୍ଷିତ ଭାବେ ଗାଁ ଲୋକେ ଉଦ୍ଧାର କରିଛନ୍ତି । ସେଥି ମଧ୍ୟରୁ ତିନୋଟି ଗୋରୁଙ୍କର ଅବସ୍ଥା ସଂଙ୍କଟାପନ୍ନ ରହିଥିବା ଜଣା ପଡିଛି । ଖବର ପାଇ ତେଲକୋଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଣ୍ଟେନର ଓ ଗୋରୁ ଗୁଡିକୁ ନିଜ ହେପାଜତକୁ ନେଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
