ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୦-୦୬-୨୦୨୧
ପୁଣି ଘୁଞ୍ଚିଲା ଲକଡାଉନ୍ ,କମିବାର ନାଁ ନେଉନାହିଁ ନଥିବା ସମୟରେ ସ୍ଥିତିରେ ସୁଧାର ପରିଲିଖିତ ହେଉଛି। କରୋନା ସଂକ୍ରମଣ କମିଥିଲେ ବି ବିପଦ ଏଡାଇବାକୁ ସରକାର ଆଉ ୭ ଦିନ ଲକଡାଉନ୍ ଘୁଞ୍ଚାଇ ଦେଇଛନ୍ତି । ତାମଲନାଡୁରେ ଏଣିକି ଜୁନ୍ ୨୮ ତାରିଖ ଯାଏଁ ଲକଡାଉନ୍ ଲାଗୁ ରହିବ । ତେବେ କିଛି କଟକଣାକୁ କୋହଳ କରିଛନ୍ତି ତାମିଲନାଡୁ ସରକାର ।

ତେବେ ସରକାର ଯାତାୟତ ଉପରେ ଲଗାଇଥିବା କଟକଣା ହଟାଇ ଦେଇଛନ୍ତି । ଏବେ ବସରେ ମଧ୍ୟ ବିନା ଏସିରେ ୫୦ ପ୍ରତିଶତ ଯାତ୍ରୀ ଯାଇପାରିବେ ବୋଲି ସରକାର କହିଛନ୍ତି । କେବଳ କମ୍ କେସ୍ ଥିବା ୪ ଜିଲ୍ଲା ମଧ୍ୟରେ ବସ୍ ଚଳାଚଳ କରିବ । ଏପରି ଭାବେ ସରକାର ରାଜ୍ୟର ଜିଲ୍ଲାଗୁଡିକୁ କରୋନା ମାମଲା ଆଧାରରେ ୩ଟି ବର୍ଗରେ ବିଭକ୍ତ କରାଯାଇଛି ।ସୂଚନାଯୋଗ୍ୟ, ମେ ୧୦ରେ ରାଜ୍ୟରେ ପ୍ରଥମେ ତାଲାବନ୍ଦ ଘୋଷଣା ହୋଇଥିଲା ।
ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ମେ ୧୦ରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିଥିଲେ। ଲକଡାଉନ୍ ଅବଧି ମେ ୨୪ରୁ ଏହା ସମାପ୍ତ ହେବା ପୂର୍ବରୁ ମଧ୍ୟ କୌଣସି କୋହଳ କରାନଯାଇ ଏହାକୁ ବଢାଯାଇଥିଲା । ପରେ ଏହା ଜୁନ୍ ୫ ଆଉ ଏବେ ଜୁନ ୨୮ ଯାଏଁ ବୃଦ୍ଧି ପାଇଛି । କଟକଣା ବେଳେ ଜରୁରୀକାଳୀନ ସେବା ତଥା ଫାର୍ମାସି, ପ୍ରାଣୀ ଚିକିତ୍ସା ଫାର୍ମାସି, ଦୁଗ୍ଧ ଯୋଗାଣ, ପାନୀୟ ଜଳ ଏବଂ ଦୈନିକ ଖବରକାଗଜ ବଣ୍ଟନ ଇତ୍ୟାଦି ଛାଡ କରାଯାଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
