ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୦-୦୬-୨୦୨୧
କରୋନା ମହାମାରୀର ଦ୍ଵିତୀୟ ଲହରର ପ୍ରକୋପ କମିବା ପରେ ତେଲଙ୍ଗାନା ସରକାର ରାଜ୍ୟରୁ ସଂପୂର୍ଣ୍ଣ ଭାବେ ଲକ୍ଡାଉନ୍ ହଟାଇ ଦେଇଛନ୍ତି। ଏହା ପରେ ସ୍କୁଲ-କଲେଜ୍ ପୁନର୍ବାର ଖୋଲିବାକୁ ଅନୁମତି ଦିଆଯାଇଛି। କ୍ୟାବିନେଟ୍ର ସମସ୍ତ ବିଭାଗର ଅଧିକାରୀଙ୍କୁ ରାଜ୍ୟରେ ଲକ୍ଡାଉନ୍ ସମୟରେ ଲଗାଯାଇଥିବା ସମସ୍ତ କଟକଣା ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ନିର୍ଦ୍ଦେଶ ଆଧାରରେ ଏବେ ଜୁଲାଇ ୧ରୁ ସ୍କୁଲରେ ପିଲାଙ୍କ ପାଠପଢା ଆରମ୍ଭ ହେବ।ଜୁଲାଇ ୧ରୁ ସଂପୂର୍ଣ୍ଣ ପ୍ରସ୍ତୁତି ସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ତେଲଙ୍ଗାନା ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଯେମିତି ଛାତ୍ର-ଛାତ୍ରୀ ବିନା ଭୟରେ ବିଦ୍ୟାଳୟ ଆସି ପାରିବେ ତାର ବନ୍ଦୋବସ୍ତ କରିବାକୁ କୁହାଯାଇଛି। ଶିକ୍ଷାନୁଷ୍ଠାନ ପୁଣି ଥରେ ଖୋଲିବା ସହ ଛାତ୍ର-ଛାତ୍ରୀଙ୍କ ବାଧ୍ୟତାମୂଳକ ଉପସ୍ଥିତି, ଅନଲାଇନ୍ ପାଠପଢା ଏବଂ ଅନ୍ୟ ସମ୍ବନ୍ଧିତ ପ୍ରସଙ୍ଗରେ ଗାଇଡ୍ଲାଇନ୍ ଶୀଘ୍ର ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନିଜ ସାମାଜିକ ଗଣମାଧ୍ୟମ ଟ୍ଵିଟର ଜରିଆରେ ସୂଚନା ଦେଇଛି, ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ରିପୋର୍ଟ ଆଧାରରେ ରାଜ୍ୟରୁ ଲକ୍ଡାଉନ୍ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ପଜିଟିଭହାର ବହୁତ ହ୍ରାସ ଘଟିଛି। ଏହି କାରଣରୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
