ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୭-୦୬-୨୦୨୧
ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ । ବୁଧବାର ରାତିରେ ହସ୍ପିଟାଲର ୯ମ ମହଲାରେ ନିଆଁ ଲାଗିଥିଲା । ଲ୍ୟାବରେ ନିଆଁ ଲାଗିବା ପରେ ଧୂଆଁ ବାହାରିଥିଲା ।ଖବର ପାଇ ପୋଲିସ ଓ ଦମକଳ ବାହିନୀର ଟିମ ଘଟଣାସ୍ଥଳରେ ପହଂଚିଥିଲେ । ଫାୟାର ବିଗ୍ରେଡର ୨୨ଟି ଗାଡ଼ିର ସହଯୋଗରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ତେବେ ଯେଉଁ ଫ୍ଲୋରରେ ନିଆଁ ଲାଗିଥିଲା, ସେଠାରେ କୌଣସି ୱାର୍ଡ ନଥିଲା ।

ତେଣୁ କୌଣସି ମୃତାହତ ହେବାର ସୂଚନା ମିଳିନାହିଁ ।ଦମକଳ ବାହିନୀର କହିବାନୁସାରେ, ରାତି ୧୦ଟା ୩୦ରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା । ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ୨୨ଟି ଦମକଳ ବାହିନୀ ପଠାଯାଇଥିଲା । ଏହାପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ନେଇ ଦମକଳ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏବେସୁଦ୍ଧା ଅସ୍ପଷ୍ଟ ରହିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
