News portal website
before header
[URIS id=5393]

ଆଜିଠୁ କଟକଣା ଆଂଶିକ କୋହଳ!!

0 178

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୭-୦୬-୨୦୨୧

ଆଜିଠୁ ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା। ନୂଆ ନିୟମ ଅନୁଯାୟୀ ସଂକ୍ରମଣ ହାର ଅନୁସାରେ ୩୦ଟି ଜିଲ୍ଲାକୁ କ୍ୟାଟେଗୋରୀ-A ଓ B ରେ ଭାଗ କରାଯାଇଛି।କ୍ୟାଟେଗୋରୀ -A ରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲାକୁ ରଖାଯାଇଛି। ଏହି କ୍ୟାଟେଗୋରୀରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ରହିଛି ।

ଏହି ଜିଲ୍ଲା ଗୁଡିକରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି । ସକାଳ ୬ରୁ ସଂଧ୍ୟା ୫ ଯାଏଁ ମାର୍କେଟ୍ କମ୍ପ୍ଲେକ୍ସ ସମେତ ବଜାର ଖୋଲା ରହିବ । ଏହାସହ ମିଠା ଦୋକାନ ମଧ୍ୟ ସକାଳ ୬ରୁ ୫ଟା ଯାଏଁ ଖୋଲାରହିବ। ଉଠା ଦୋକାନୀ ବିକ୍ରି କରିବେ, ତେବେ କେବଳ ଖାଦ୍ୟ ପାର୍ସଲ ନେଇ ହେବ।ସେହିପରି କ୍ୟାଟେଗୋରୀ-Bରେ ରହିଛି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲା।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏସବୁ ଜିଲ୍ଲାରେ ୧୦ ପ୍ରତିଶତ ପାଖାପାଖି ସଂକ୍ରମଣ ହାର ଥିବାରୁ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଦୋକାନ ବଜାର ଖୋଲା ରହିବ। କୃଷି କାର୍ଯ୍ୟ, ଶିଳ୍ପ ସଂସ୍ଥା, ନିର୍ମାଣ କାର୍ଯ୍ୟ ଜାରି ରହିବ । ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଓ ବେସରକାରୀ ଅଫିସ୍ ।ସେହିପରି କ୍ଷୀର ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ ଖୋଲା ରହିବ ମିଠା ଦୋକାନ। ସଂକ୍ରମଣ ବଢ଼ିଲେ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ଆକ୍ସନ ନେବାକୁ କୁହାଯାଇଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.