News portal website
before header
[URIS id=5393]

ଗାଜିଆବାଦରେ ବୃଦ୍ଧଙ୍କୁ ମାଡ ଘଟଣା;ଟ୍ୱିଟର ବିରୋଧରେ ମାମଲା

0 150

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୬-୦୬-୨୦୨୧

ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବୃଦ୍ଧ ମୁସଲିମ ବ୍ୟକ୍ତିଙ୍କୁ ମାଡ ମାରି ବଳପୂର୍ବକ ଧାର୍ମିକ ନାରା ଲଗାଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ମାମଲରେ ପୋଲିସ ସାମାଜିକ ଗଣମାଧ୍ୟମ ଟ୍ୱିଟର୍ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରିଛି । ଟ୍ୱିଟର ବିରୋଧରେ ଧାର୍ମିକ ଭାବନାକୁ ଆଘାତ, ସାଂପ୍ରଦାୟିକତାକୁ ପ୍ରୋତ୍ସାହିତ କରିବା ନେଇ ଅଭିଯୋଗ ଲାଗିଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ୟୁପି ପୋଲିସ ସେହି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଯେତେବେଳେ ଭିଡିଓ ବାଇରାଲ ପରେ ଉତ୍ତର ପ୍ରଦେଶଠୁ ନେଇ ଜାତୀୟ ରାଜନୀତି ଉଷ୍ମ ହୋଇ ଉଠିଛି।ସୂଚନା ଅନୁସାରେ, ସାମାଜିକ ଗଣାମଧ୍ୟମରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଜଣେ ମୁସଲିମ ବୃଦ୍ଧଙ୍କୁ ଚାରି ଜଣ ଅଜଣା ଲୋକ ଗାଜିଆବାଦର ଏକ ଶୂନଶାନ କୋଠା ଭିତରକୁ ନେଇ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳିଥିଲା।

ମାଡ ମାରିବା ଏବଂ ଦାଢି କାଟିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା ।ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଛି। ପରବେଶ ଗୁଜର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଜୁନ ୫ରେ ଘଟିଥିଲା। ମାତ୍ର ପୋଲିସକୁ ଘଟଣାର ସୂଚନା ୨ ଦିନ ପରେ ମିଳିଥିଲା। ପୋଲିସ ଅନୁଯାୟୀ, ଘଟଣା ପଛର କାରଣ ତନ୍ତ୍ର ମନ୍ତ୍ର ରହିଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ପୀଡିତ ବୃଦ୍ଧ ବ୍ୟକ୍ତି ଅଭିଯୁକ୍ତଙ୍କୁ କିଛି ଲକେଟ୍ ଦେଇଥିଲେ। ହେଲେ କିଛି ପରିଣାମ ନଆସିବାରୁ ସେମାନେ ଏମିତି କାଣ୍ଡ ଭିଆଇଥିଲେ। ତେବେ ପୀଡିତ ବୃଦ୍ଧ ନିଜ ଏଫଆଇଆରରେ ଜୟ ଶ୍ରୀରାମ ନାରା ଲଗାଇବା ଏବଂ ଦାଢି କାଟିବା କଥା ଉଲ୍ଲେଖ କରି ନାହାନ୍ତି ବୋଲି ପୋଲିସ କହିଥିଲା ।ପୋଲିସ ଆହୁରି ମଧ୍ୟ କହିଥିଲା ଯେ, ଟ୍ୱିଟର ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି । ଭିଡିଓର ଯାଞ୍ଚ ଚାଲିଥିବା ସୂଚନା ମିଳିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.