News portal website
before header
[URIS id=5393]

କୋଭିଡ କଟକଣାକୁ ଆଂଶିକ କୋହଳ; କଣ ଖୋଲା ଓ କଣ ବନ୍ଦ ଜାଣନ୍ତୁ!!

0 187

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୬-୦୬-୨୦୨୧

କୋରୋନା ସମୟ ରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ ସଂକ୍ରମଣ ହୋଇଥିଲା ସେଠାରେ ସଂକ୍ରମଣ ହାର ଏବେ ଦ୍ରୁତ ହ୍ରାସ ହେଉଛି। ଏଣୁ କୋଭିଡ ଶୃଙ୍ଖଳାକୁ ତଳ ମୁହଁ କରିବା ଲାଗି ସରକାର ଗତ ଦେଢମାସରୁ ଊର୍ଦ୍ଧ୍ୱ କାଳ ହେଲା ରାଜ୍ୟରେ ଜାରି କରିଥିବା ଲକଡାଉନ କଟକଣା କୋହଳ କରିଛନ୍ତି।

ସରକାର ସମ୍ପୂର୍ଣ୍ଣ ଲକଡାଉନ୍‌ ହଟାଇ ଆଂଶିକ ଲକଡାଉନ ଜାରି କରିଛନ୍ତି। ଜୁନ ୧୭ରୁ ୧ଜୁଲାଇ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ ବଳବତ୍ତର ରହିବ।ସରକାର ସଂକ୍ରମଣ ହାର ଅନୁସାରେ ଜିଲ୍ଲାମାନଙ୍କୁ ‘ଏ’ ଓ ‘ବି’ କ୍ୟାଟଗୋରୀରେ ବିଭକ୍ତ କରିଛନ୍ତି। ଏଥିରେ ୫ ପ୍ରତିଶତରୁ କମ୍‌ ସଂକ୍ରମଣ ହାର ଥିବା ଜିଲ୍ଲାଙ୍କୁ କ୍ୟଟେଗରୀ ‘ଏ’ ଅନ୍ତର୍ଭୁକ୍ତ କରିଛନ୍ତି। ଥିରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲା କ୍ୟାଟଗରି ‘ଏ’ରେ ରହିଛନ୍ତି।

‘ଏ ‘ କ୍ୟାଟେଗରି ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିପାରିବ। ତେବେ ଏହି ସବୁ ଜିଲ୍ଲାରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ସହ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ଉପକୂଳବର୍ତ୍ତି ୧୩ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ହେଉଥିଲେ ମଧ୍ୟ ଉଚ୍ଚ ରହିଛି। ଏଣୁ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝର ଆଦି ୧୩ ଜିଲ୍ଲାଙ୍କୁ କ୍ୟାଟଗରି ‘ବି’ ଅନ୍ତର୍ଗତ କରିଛନ୍ତି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

‘ ବି’ କ୍ୟାଟେଗରି ଜିଲ୍ଲାମାନଙ୍କରେ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟବଶକୀୟ ସାମଗ୍ରୀ ଲାଗି ଦୋକାନ ବଜାର ଖୋଲିବ। ପୂର୍ବ ପରି ସପ୍ତାହନ୍ତ ସଟଡାଉନ ସହ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ।ଜାଣନ୍ତୁ କଣ ହେଲା କୋହଳ, କେଉଁଥି ପାଇଁ ଜାରି ରହିବ କଟକଣାମର୍ଣ୍ଣିଂ ୱାକ, ଜଗିଙ୍ଗ, ସାଇକ୍ଲିଂ ଲାଗି ନିମୟ କୋହଳ କରାଯାଇଛି। ସକାଳ ୭ରୁ ୯ ପର୍ଯ୍ୟନ୍ତ ମର୍ଣ୍ଣିଂ ୱାକ୍, ଜଗିଙ୍ଗ ଓ ସାଇକ୍ଲିଂ ଲାଗି ଅନୁମତି ଦିଆଯାଇଛି।

ତେବେ ଜିମ୍, ସ୍ୱିମିଂ ପୁଲ, ପାର୍କ ନିୟମ ପୂର୍ବ ଭଳି କଡ଼ାକଡ଼ି ରହିଛି। ସେହିପରି ଦୋକାନ ବଜାର ଖୋଲିବାକୁ ଅନୁମତି ଥିଲେ ହେଁ ସେଲୁନ୍‌, ପାର୍ଲର ଫିଲ୍ମ ହଲ, ମଲ ଆଦି ଖୋଲିବାକୁ ଅନୁମତି ଦିଆଯାଇ ନାହିଁ। ରାସ୍ତା କଡ ଦୋକାନ ଖୋଲିବାକୁ ଅନୁମତି ରହିଛି ତେବେ ମିଠା, ଚା ଜଳଖିଆ ଦୋକାନ ଖୋଲିଲେ ବି ଦୋକାନରେ ବସାଇ ଖାଇବାକୁ ଅନୁମତି ନାହିଁ। ବସ୍ ଓ ଯାତ୍ରୀ ପରିବହନ ରହିବ ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଖୋଲିବ ଅଫିସ ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ସରକାର ଆଂଶିକ ଲକଡାଉନରେ କୌଣସି ପ୍ରକାର ଯାତ୍ରୀ ପରିବହନ ଅନୁମତି ଦେଇ ନାହାନ୍ତି। ଏଣୁ ଟାଉନ ବସ୍, ଅଟୋ ରିକ୍ସା ଓ ଦୂରଗାମୀ ବସ୍‌ ସେବାରେ ଲଗାଇଥିବା କଟକଣା କୋହଳ କରି ନାହାନ୍ତି। ଏଣୁ ଯାତ୍ରୀ ପରିବହନ ସେବା ଏବେ ବି ଠପ ରହିବ। ସରକାରଙ୍କ ଆଂଶିକ ଲକଡାଉନରେ ସରକାରୀ କାର୍ଯ୍ୟାଳୟ ଖୋଲିବ।

ତେବେ ୫୦ ପ୍ରତିଶତ କର୍ମଚାରୀରେ କଡ଼ା କୋଭିଡ କଟକଣାରେ କାର୍ଯ୍ୟ ଚଳାଇାକୁ ସରକାର ଅନୁମତି ଦେଇଛନ୍ତି। ଏହି ସମୟରେ ସ୍ୱସ୍ଥ୍ୟ ସେବା ଓ ଟିକାକରଣ ସ୍ୱଭାବିକ ରହିବ। ରାଜ୍ୟରେ ପୂର୍ବ ଭଳି ଉତ୍ସବ ଅନୁଷ୍ଠାନ, ବିବାହ ବ୍ରତ ଓ ସାମାଜିକ କାର୍ଯ୍ୟକ୍ରମ ଆଦି ଲାଗି ଏବେବି ନିୟମ କଡାକଡି ରହିଛି। ଏପରି କାର୍ଯ୍ୟକ୍ରମର ଆୟୋଜନ ଓ ଜନସମାଗମକୁ କଡ଼ାକଡ଼ି ନିଷିଦ୍ଧ କରାଯାଇଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.