ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୫-୦୬-୨୦୨୧
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ଏବେ ଆଉ ଏକ କଥା ସାମ୍ନା କୁ ଆସିଛିକି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାରୀ କାମରେ ଯାଉଥିବାବେଳେ ପ୍ରୋଟକଲ ଭାଙ୍ଗି ଜଣେ ମହିଳାଙ୍କ ଅଭିଯୋଗ ଶୁଣିବା ସହ ସହାୟତାର ହାତ ବଢାଇଛନ୍ତି। ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି
ସୂଚନା ଅନୁସାରେ ମହିଳା ଜାଣିବାକୁ ପାଇଲେ ଯେ, ମୁଖ୍ୟମନ୍ତ୍ରୀ ନିଜ ଘର ସେହି ରାସ୍ତା ଦେଇ ଯିବେ ଯେଉଁ ରାସ୍ତାରେ ଉପରେ ସେ ନିଜର ଅଭିଯୋଗ ନେଇ ଛିଡା ହୋଇଛନ୍ତି । ଏହା ଜାଣିବା ପରେ ସେ ଏକ ଧଳା କାଗଜରେ ନିଜର ଅଭିଯୋଗ ଲେଖି ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ଉକ୍ତ ରାସ୍ତା ଦେଇ ଯାଉଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ମହିଳା ଟିଙ୍କୁ ଦେଖିବା ପରେ କାରକୁ ଅଟକାଇ ଥିଲେ ।
ଗାଡି ଅଟକିବା ଦେଖି ମହିଳା ଜଣକ ଡୋର ନିକଟକୁ ଆସି ଏକ ଧଳା କାଗଜ ବଢାଇଥିଲେ। ମୁଖ୍ୟମନ୍ତ୍ରୀ କାଚ ଖୋଲି ଅଭିଯୋଗପତ୍ର ଗ୍ରହଣ କରିଥିଲେ ଏବଂ ଅଭିଯୋଗ ପତ୍ରରେ ଦସ୍ତଖତ କରିଥିଲେ। ଏପରିକି ବିଭାଗୀୟ ଅଧିକାରୀମାନଙ୍କୁ ଏ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
କୁହାଯାଉଛି, ମହିଳା ଜଣକ ରୋଗାକ୍ରାନ୍ତ ଥିଲେ। ଏପରକି ତାଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥର ଘୋର ଅଭାବ ରହିଛି।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

