News portal website
before header
[URIS id=5393]

କରୋନା ମହାମାରୀ ବିରୋଧରେ ଲଢ଼ିବାରେ ନୋଭାଭାକ୍ସ ଟିକା ୯୦% ସଫଳ

0 164

କରୋନା ମହାମାରୀ ସାରା ବିଶ୍ବରେ ତାର କାୟା ବିସ୍ତାର କରୁଥିବାବେଳେ ବିଭିନ୍ନ ଦେଶ ଏଥିରୁ ରକ୍ଷା ପାଇବା ପାଇଁ ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି ।ଏହାରି ଭିତରେ ଏକ ବଡ କଥା ସାମ୍ନା କୁ ଆସିଛି କି । ଆମେରିକୀୟ କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କରୋନା ଟିକା ଭାଇରସ ବିରୋଧରେ ୯୦%ରୁ ଅଧିକ ସଫଳ ବୋଲି ଜଣାପଡ଼ିଛି। କରୋନାରେ ପୀଡ଼ିତ ହେଉଥିବା ଲକ୍ଷଣ ଥିବା ଲୋକଙ୍କ କ୍ଷେତ୍ରରେ ଏହା ୯୦.୪% ସଫଳ ହେଉଥିବା ଆଜି କମ୍ପାନୀ ଦାବି କରିଛି।


ଏହି ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୩୦ ହଜାର ଲୋକ ସାମିଲ ହେବାପରେ ଆମେରିକା ଓ ମେକ୍ସିକୋର ୧୧୯ଟି ସ୍ଥାନରେ ଏହାର ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାରୁ ଜଣାପଡ଼ିଛି ଯେ କମ୍ପାନୀର ଏନଭିଏକ୍ସ-ସିଓଭି ୨୩୭୩ ପ୍ରୋଟିନ ଯୁକ୍ତ ଟିକା ମଧ୍ୟମ ଓ ସାଂଘିତକ କରୋନା ଲକ୍ଷଣ ବିରୋଧରେ ୧୦୦% ସଫଳ। ମୋଟାମୋଟି ଏହି ଟିକାର ସଫଳତାର ହାର ୯୦.୪।

ଏହା ୬୫ ବର୍ଷ ଓ ଏହାଠାରୁ କମ ବୟସ୍କଙ୍କ କ୍ଷେତ୍ରରେ ଅଧିକ ଫଳପ୍ରଦ। ଟିକାର ଦୁଇଟି ଡୋଜ୍‌ ନେଲେ ଏହା ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ବୃଦ୍ଧି କରିବାରେ ସହାୟକ ହେଉଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.