News portal website
before header
[URIS id=5393]

କାର୍ଯ୍ଯରତ ସାମ୍ବାଦିକଙ୍କୁ ହତ୍ଯା ଧମକ।

0 934

ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜ୍ଯ ସରକାର ମୁଖ୍ଯତଃ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଧ୍ଯାନ ଦେଉ ନ ଥିବା ବେଳେ, ଏମ୍ପାଲମେଣ୍ଟ ହୋଇ ନ ଥିବା ଚ୍ଯାନେଲ ଗୁଡିକ ପ୍ରତି କୌଣସି ସୁବିଧା ସୁଯୋଗ ନାହିଁ, ଏଭଳି ପରିସ୍ଥିତିରେ ରାଜ୍ଯ ସରକାରଙ୍କ ପୋଲିସ ବିଭାଗ ଏଭଳି ଅସାମାଜିକ ବ୍ଯକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ସହ ଆଇନଗତ ପଦକ୍ଷେପ ପାଇଁ ସାମ୍ବାଦିକଙ୍କ ମହଲରୁ ଦାବି ଜୋରଦାର ଧରିଛି

Notice

ଅଷ୍ଟିନ ନ୍ୟୁଜ୍ /ଯାଜପୁର

ତା-୧୪-୦୬-୨୦୨୧

ବଡଚଣାରେ ବାରମ୍ବାର ସାମ୍ବାଦିକଙ୍କୁ ଆକ୍ରମଣ ,ଆଜି ପୁଣି ଏକ ଏତଲା ଧରି ଜଣେ କାର୍ଯ୍ୟରତ ସାମ୍ବାଦିକ ବାଲିଚନ୍ଦ୍ରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି।ସତେ ଯେମିତି ଆଇନ ବିର୍ଶୁଙ୍ଖଳା ପରିସ୍ଥିତି ଉପୁଜୁଛି।ହଜିଯାଉଛି ଲୋକତନ୍ତ୍ର,ସାମ୍ବାଦିକଙ୍କୁ ହାଣିବା ମାରିବା ଯେମିତି ଏ ମାଫିଆ ମାନଙ୍କ ଅଧିକାର ହୋଇ ସାରିଲାଣି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସରକାରଙ୍କ ପୂର୍ବ ଘୋଷିତ ଅନୁଯାୟୀ ସଟଡାଉନ ଘୋଷଣା କରାଯାଇଥିଲା। କିନ୍ତୁ ବାଲିଚନ୍ଦ୍ରପୁର ଥାନା ଅଧିନରେ ଥିବା ବାଲିକୁଦା ବଜାରରେ ଦେଖିବାକୁ ମିଳିଥିଲା ନାହିଁ ନ ଥିବା ଭିଡ, ନା ଥିଲା ସାମାଜିକ ଦୂରତା, ନା ଥିଲା କୋଭିଡ କଟକଣା। ବ୍ଯବସ୍ଥାର ଜାଗ୍ରତ ପ୍ରହରୀ, ଏବଂ ଦାୟିତ୍ୱ ସମ୍ପର୍ଣ୍ଣ ଗଣମାଧ୍ୟମ ହିସାବରେ ନିରପେକ୍ଷ ଭାବରେ ଅଷ୍ଟିନ ନ୍ୟୁଜ୍ ଏହି ସଟଡାଉନ ନ୍ୟୁଜ୍ ପ୍ରସାରଣ କରିଥିଲା, ଏବଂ ଏହାର ଦାୟିତ୍ବରେ ଥିବା ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ ସାମ୍ବାଦିକ ଅଜୟ ଅନୁରାଗ ମହାନ୍ତି।

ଏହି ନ୍ୟୁଜରେ ଉତକ୍ଷିପ୍ତ ହୋଇ, ଏହି ବଜାରର ସହ କୌଣସି ଜଡିତ ନ ଥିବା ବ୍ଯକ୍ତି, ସିଧାସଳଖ ଭାବରେ ସାମାଜିକ ଗଣମାଧ୍ୟମରେ ସୌଜନ୍ୟତା ଭୁଲି, ମିଥ୍ଯା ଆରୋପ ପ୍ରତ୍ଯାରପ କରିବା ସହ, ଅଶଭ୍ଯ କଟୁ ସମାଲୋଚ଼ନା କରିଥିଲେ,ଏହା ପରେ ଅତିରିକ୍ତ ଉତ୍ତେଜିତ ହୋଇ ହାଣି ଦବା ପାଇଁ ଧମକ ଦେଇଥିଲେ।ବ୍ଯକ୍ତି ଜଣକ ପରେଶ କୁମାର ନନ୍ଦ ହୋଇଥିବା ବେଳେ, ରଇପୁର ପଞ୍ଚାୟତ ଅନ୍ତର୍ଗତ ଫକିରମିଆଁ ପଟଣା ଗ୍ରାମର ଅଟନ୍ତି।

ସାମ୍ବାଦିକ ଅଜୟ ଅନୁରାଗ ମହାନ୍ତି ବାଲିଚନ୍ଦ୍ରପୁର ଥାନାରେ ଆଜି ଏକ ଲିଖିତ ଅଭିଯୋଗ ଦେଇଥିବା ବେଳେ, ପୋଲିସ କେସ ନମ୍ବର ୧୬୮/୨ ରେ ମାମଲା ରୁଜୁକରି ଦଫା ୨୯୪,୫୦୬ଲଗାଇ ତଦନ୍ତ ଅଧିକାରୀଣୀ ରାଧିକା ବାଉଣ୍ଡା ତଦନ୍ତ ଚଳାଇଛନ୍ତି।

ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ରାଜ୍ଯ ସରକାର ମୁଖ୍ଯତଃ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଧ୍ଯାନ ଦେଉ ନ ଥିବା ବେଳେ, ଏମ୍ପାଲମେଣ୍ଟ ହୋଇ ନ ଥିବା ଚ୍ଯାନେଲ ଗୁଡିକ ପ୍ରତି କୌଣସି ସୁବିଧା ସୁଯୋଗ ନାହିଁ, ଏଭଳି ପରିସ୍ଥିତିରେ ରାଜ୍ଯ ସରକାରଙ୍କ ପୋଲିସ ବିଭାଗ ଏଭଳି ଅସାମାଜିକ ବ୍ଯକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ସହ ଆଇନଗତ ପଦକ୍ଷେପ ପାଇଁ ସାମ୍ବାଦିକଙ୍କ ମହଲରୁ ଦାବି ଜୋରଦାର ଧରିଛି।

Leave A Reply

Your email address will not be published.