News portal website
before header
[URIS id=5393]

ଇଶ୍ରାଏଲରେ ବେନେଟ୍ ଶାସନ!!

0 149

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୪-୦୬-୨୦୨୧

ଇସ୍ରାଏଲ୍‌ରେ ସରିଲା ନେତ୍‌ନ୍ୟାହୁଙ୍କ ଶାସନ । ୧୨ବର୍ଷର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ଅନ୍ତ ହୋଇଛି । ଦେଶକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ନଫତାଲୀ ବେନେଟ୍ ହୋଇଛନ୍ତି ଦେଶରେ ନୂଆ ପ୍ରଧାନମନ୍ତ୍ରୀ । ୨୦୨୩ ପର୍ଯ୍ୟନ୍ତ ନଫତାଲୀ ବେନେଟ ଦେଶର ପ୍ରଧାନମନ୍ତ୍ରୀ ଭାବେ ରହିବେ । ରବିବାର ଦିନ ନଫତାଲୀ ବେନେଟ୍ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଖବର ଅନୁଯାୟୀ, ରବିବାର ଦିନ ଇସ୍ରାଏଲ୍‌ ସଂସଦରେ ପ୍ରଧାନମନ୍ତ୍ରୀ ପଦ ପାଇଁ ବହୁମତ ହୋଇଥିଲା । ଏଥିରେ ୭୧ବର୍ଷୀୟ ନେତନ୍ୟାହୁ ବହୁମତ ସାବ୍ୟସ୍ତ କରିପାରିନଥିଲେ । ଯାହାଫଳରେ ୧୨ବର୍ଷ ଧରି ଇସ୍ରାଇଲ୍‌ରେ ଶାସନ ଗାଦିରେ ବସିଥିବା ନେତ୍‌ନ୍ୟାହୁଙ୍କୁ ଏବେ ପଦ ହରାଇବାକୁ ପଡିଛି । ସେହିପରି ୪୯ବର୍ଷୀୟ ଦକ୍ଷିଣ ପନ୍ଥୀ ନେତା ନଫତାଲୀ ବେନେଟ ସଂସଦରେ ବହୁମତ ହାସଲ କରିଛନ୍ତି ।

ଯାହାପରେ ରବିବାର ଦିନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନୂତନ ସରକାରରେ ୨୭ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯ଜଣ ମହିଳା ରହିଛନ୍ତି । ନଫତାଲୀ ବେନେଟ ୧୨୦ଜଣ ସଦସ୍ୟଙ୍କ ମଧ୍ୟରୁ ସଂସଦରେ ୬୧ଜଣ ସଂସଦଙ୍କ ବହୁମତ ମିଳିଛି । ସାମାନ୍ୟ ବହୁମତ ସହ ସରକାର ଗଢିଛନ୍ତି ନଫତାଲୀ ବେନେଟ ।ଏହାପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ନିର୍ବାଚନରେ ନେତନ୍ୟାହୁଙ୍କ ଲିକୁଡ଼ ପାର୍ଟି ବହୁମତ ହାସଲ କରିପାରିନଥିଲା ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଯାହାଫଳରେ ଗତ ୨ବର୍ଷ ମଧ୍ୟରେ ୪ଥର ନିର୍ବାଚନ ହୋଇସାରିଛି । ଦେଶରେ ସବୁଠାରୁ ବଡ଼ ପାର୍ଟି ହେବା ପରେ ମଧ୍ୟ ନେତ୍‌ନ୍ୟାହୁଙ୍କ ସରକାର ଚଳାଇବାକୁ ହେଲେ ୨ଜୁନ୍‌ ପର୍ଯ୍ୟନ୍ତ ବହୁମତ ସାବ୍ୟସ୍ତ କରିବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିଲେ । ସେପଟେ ନେତନ୍ୟାହୁଙ୍କ ବିରୋଧୀ ଦଳ ଏକାଠି ହୋଇଥିଲେ , ଏବଂ ମହାମେଣ୍ଟ ଗଠନ କରିଥିଲେ । ଏଥିରେ ଇସ୍ରାଏଲ୍‌ରେ ଅରବ ସମୁଦାୟର ଲୋକମାନଙ୍କ ପ୍ରତିନଧିତ୍ୱ କରୁଥିବା ପାର୍ଟି ଇସ୍‌ଲାମୀ ପାର୍ଟି ମଧ୍ୟ ସାମିଲ ଅଛି ।

ନୂଆ ପ୍ରଧାନମନ୍ତ୍ରୀ ନଫତଲୀ ବେନେଟ୍ ଆମେରିକୀୟ ପ୍ରବାସୀ ମାତା-ପିତାଙ୍କ ସନ୍ତାନ ଅଟନ୍ତି । ସେ ଇସ୍ରାଏଲ ସେନାର କମାଣ୍ଡୋ ରହିସାରିଛନ୍ତି । ସେ ଜଣେ କୋଟିପତି ହୋଇଥିବା ବେଳେ ଡିଜିଟାଲ ଦୁନିଆରେ ସଫଳ ମଧ୍ୟ । ସେ ମାର୍ଚ୍ଚ ୧୯୭୨ରେ ହାଇଫା ସହରରେ ଜନ୍ମ ଲାଭ କରିଥିଲେ । ସେ ପାଲେଷ୍ଟାଇନ୍ ନାଗରିକଙ୍କ ପ୍ରତି ଅଧିକ କଠୋର ହେବେ ବୋଲି ଅନୁମାନ କରାଯାଉଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଇସ୍ରାଏଲର ବିରୋଧୀ ମିଳିତ ମଞ୍ଚର ପ୍ରଧାନମନ୍ତ୍ରୀ ହୋଇଥିବା ନଫତାଲୀ ବେନେଟ୍ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର କମାଣ୍ଡୋ ଭାବରେ କାର୍ଯ୍ୟ କରିଛନ୍ତି। ୨୦୦୬ ରେ, ସେ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନେତୃତ୍ୱରେ ରାଜନୀତିରେ ପ୍ରବେଶ କରିଥିଲେ। ଏହା ପରେ ତାଙ୍କୁ ନେତାନ୍ୟାହୁଙ୍କ ଚିଫ୍ ଷ୍ଟାଫ୍ ଭାବରେ ନିଯୁକ୍ତ କରାଯାଇଥିଲା।

ପରେ ସେ ନ୍ୟୁ ରାଇଟ୍ ଏବଂ ୟାମିନା ପାର୍ଟିର କେନ୍ସେଟର ସଦସ୍ୟ ମଧ୍ୟ ହୋଇଥିଲେ। ୨୦୧୨ ରୁ ୨୦୨୦ ମଧ୍ୟରେ ସେ ୫ ଥର ସାଂସଦ ରହିଛନ୍ତି। ପରେ ସେ ନେତାନ୍ୟାହୁଙ୍କ ବିରୋଧୀ ହୋଇଯାଇଥିଲେ। ୨୦୧୯ ରୁ ୨୦୨୦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ନଫତାଲୀ, ଇରାନ ଏବଂ ପାଲେଷ୍ଟାଇନ ପ୍ରସଙ୍ଗରେ ନେତାନ୍ୟାହୁଙ୍କ ଅପେକ୍ଷା ଅଧିକ କଠୋର ବୋଲି ଜଣାପଡିଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.