ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୬-୦୬-୨୦୨୧
ବିଶ୍ୱରେ ପ୍ରଥମ ଦେଶ ଭାବେ ଚୀନ ୩ ବର୍ଷର ଛୁଆଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଉଛି । ଏହି ଟିକାକୁ ଉତ୍ପାଦନ କରୁଛି ‘ସାଇନୋଭ୍ୟାକ୍ ବାୟୋଟେକ୍’ । ଛୁଆଙ୍କ ପାଇଁ ଏହି ଟିକା ଜରୁରୀକାଳୀନ ଭିତ୍ତିରେ ଦେବା ପାଇଁ ଚୀନ୍ ସରକାର ଅନୁମୋଦନ କରିଛନ୍ତି ।ଏପର୍ଯ୍ୟନ୍ତ ୧୮ ବର୍ଷ ଓ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିଲା ବେଳେ । ତେବେ ପ୍ରଥମ ଥର ପାଇଁ ଛୋଟ ଛୁଆଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତ ହୋଇଥିବା ନେଇ କମ୍ପାନିର ଅଧ୍ୟକ୍ଷ ୟନ୍ ଓ୍ଵଇଡୋଙ୍ଗ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଖୁବ୍ ଶୀଘ୍ର ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ସାମାନ୍ୟ ରହିଛି । ଟିକାର ପରୀକ୍ଷା କାଳରେ ଶିଶୁଙ୍କୁ ଦୁଇଟି ସାଧାରଣ ଡୋଜ ଦେବା ପରେ ୩ୟ ଡୋଜ୍ ମଧ୍ୟ ଦିଆଯାଇଥିଲା । ଏହି ଟିକା ନେବା ଦ୍ୱାରା ଛୁଆଙ୍କ ଦେହରେ ପ୍ରଥମ ସପ୍ତାହରେ ୧୦ ଗୁଣ ଓ ଦୁଇ ସପ୍ତାହରେ ୨୦ ଗୁଣ ଆଣ୍ଟି ବଡ଼ି ସୃଷ୍ଟି ହେଉଥିବା ଦେଖାଯାଇଥିଲା ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

