News portal website
before header
[URIS id=5393]

ଯୁବ ବିଜେପି ପ୍ରଭାରୀଙ୍କୁ ହତ୍ଯା!

0 378

ଅଷ୍ଟିନ ନ୍ୟୁଜ/ମୟୁରଭଞ୍ଜ

Notice

ତା-୦୬-୦୬-୨୦୨୧

ଜଗବନ୍ଧୁ ପ୍ରଧାନ

ବାଲେଶ୍ଵର ଜିଲ୍ଲା ବିଜେପି ଦଳର ଯୁବ ପ୍ରଭାରୀ ରଣଜିତ ପ୍ରଧାନଙ୍କୁ ହତ୍ଯା।ଗତକାଲି ରାତିରେ କପ୍ତିପଦା ନୂଆସାହିର ବାଘମରା,ଛକରେ ୪ଜଣ ନିଶାଶକ୍ତ ଯୁବକ ପିଟିପିଟି ମାରି ଦେଇଛନ୍ତି।

ଘଟଣାରୁ ଜଣାପଡିଛି ଯେ , ରଣଜିତ ପ୍ରଧାନ ତାଙ୍କର ଶଶୁର ଘରକୁ କାରରେ ଆସୁଥିବା ବେଳେ ଗାଡ଼ି ସାଇଟ ମରାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ନିଶାରେ ଚୁର ଥିବା ଯୁବକମାନେ ତାଙ୍କ ସହିତ ଯୁକ୍ତି କରିବା ସହ କାରରୁ ଘୋଷାରି ଆଣି ନିସ୍ତୁକ ପିଟିଥିଲେ।ମାରପିଟ ଓ ଗଣ୍ଡଗୋଳ ଖବର ଶୁଣି ତାଙ୍କର ଶସୁର ଘରର ପରିବାର ଲୋକେ ଗଣ୍ଡଗୋଳ ପାଖରେ ପହଞ୍ଚିଥିଲେ।ନିଶାସେବନ କରିଥିବା ଯୁବକମାନେ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ।ଶଶୁର ଘରର ଲୋକମାନେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ମୃତ୍ୟୁ ବୋଲି ଘୋଷଣା କରିଥିଲେ ।

ସେମାନଙ୍କ ମଧ୍ଯରୁ ୩ଜଣଙ୍କୁ ତାଙ୍କର ଶଳା ଚିହ୍ନି ଥିବା ବେଳେ, ଏହି ଆଧାରରେ ସେ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ଅଭିଯୋଗ ପାଇବା ପରେ ତିନି ଜଣଙ୍କୁ ଗିରଫ କରିଛି।ତିନିଜଣ ଅଭିଯୁକ୍ତ ଲମ୍ବେଧର ରାଉତ ,(ଟୁଟୁ ) ,ଭାଗିରଥି ରାଉତ ଓ କୁଟୁରୀକୁ ଗିରଫ କରି କପ୍ତିପଦା ଥାନାରେ ଅଟକ ରଖିଛି ପୁଲିସ।

ଅନ୍ୟ ଜଣେ ଆସାମୀକୁ ଯଥାଶୀଘ୍ର ଗିରଫ କରାଯିବ ବୋଲି କପ୍ତିପଦା ଆଇ.ଆଇ .ସି ସଂଜୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।ରଣଜିତଙ୍କୁ ମାରିବାର ପୂର୍ବ ଶତ୍ରୁତା କି ରାଜନୈତିକ ଆକ୍ରୋଶ ଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏ ନେଇ ପୋଲିସ କୌଣସି ସୂଚନା ଦେଇନାହିଁ ।

Leave A Reply

Your email address will not be published.