News portal website
before header
[URIS id=5393]

ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା

0 266

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୧-୦୬-୨୦୨୧

ଚୀନ କୁ ମିଳିବ କଡ଼ା ଜବାବ । ଭାରତ ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା । ଗତ ବର୍ଷ ଠାରୁ ବର୍ତ୍ତମାନ ଭାରତୀୟ ସେନା ବିଶେଷ ପ୍ରସ୍ତୁତି ଚଳାଇଛି । ଲଦାଖ ଅଞ୍ଚଳରେ ଚୀନ୍ ସେନା ଆକ୍ରମଣର ଜବାବ ଦେବା ପାଇଁ ସ୍ୱୟଂ ଚାଳିତ K-9 ବଜ୍ର ନିୟୋଜିତ କରାଯାଇଛି ।

୨୦୧୮ ରେ ଭାରତୀୟ ସେନାରେ ସାମିଲ ହୋଇଥିଲା ଏହି ବଜ୍ର । ଲଦାଖରେ ଏହାକୁ ପ୍ରଥମ ଥର ପାଇଁ ଏହାକୁ ନିୟୋଜିତ କରାଯାଇଛି । ସ୍ୱୟଂ ଚାଳିତ K-9 ବଜ୍ର ଏକ ଅତ୍ୟନ୍ତ ପ୍ରଭାବଶାଳୀ ଅସ୍ତ୍ର । ଏଥିରେ ୧୫୫ ମିଲିମିଟରର ତୋପ ଖଞ୍ଜାଯାଇଛି, ଯାହାର ରେଞ୍ଜ ରହିଛି ୧୮ ରୁ ୫୨ କିଲୋମିଟର । ଟ୍ୟାଙ୍କ ପରି ଏଥିରେ ଟ୍ରାକ୍ ଲାଗିଛି, ଯଦ୍ୱାରା ଏହା କୌଣସି ବି ପ୍ରକାର ଭୂମିରେ ଚାଲିପାରିବ । ଏଥିରେ ୫ ସୈନିକଙ୍କ ସହ କ୍ରୁ ଥାଆନ୍ତି, ଯାହା ଟ୍ୟାଙ୍କ ପରି ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଦ୍ୱାରା ସଂପୂର୍ଣ୍ଣ ସୁରକ୍ଷିତ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.