କଟକ / ଅଷ୍ଟିନ୍ ନ୍ୟୁଜ

ତା – ୨୮-୦୫-୨୦୨୧
ବାବା ରାମଦେବ ଏଲୋପାଥି ଔଷଧ ଓ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧ ବିରୋଧରେ ଦେଇଥିବା ଟିପ୍ପଣୀ କୁ ଭାରତୀୟ ଚିକିତ୍ସକ ସଂଘ ବା ଆଇ. ଏମ୍. ଏ . କଠୋର ବିରୋଧ କରିଛି।
ଆଇ. ଏମ୍. ଏ ର ଉତ୍ତରଖଣ୍ଡ ଶାଖା ତରଫରୁ ରାମଦେବ ଙ୍କୁ ନୋଟିସ ପଠାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ ଯଦି ତାଙ୍କ ବିବୃତିକୁ ଖଣ୍ଡନ କରିବା ଭଳି ଭିଡିଓ ପୋଷ୍ଟ କରାନଯାଏ ଓ ନିସର୍ତ୍ତ କ୍ଷମା ଲିଖିତ ଆକାରରେ ସେ ନ ମାଗନ୍ତି ତେବେ ୧୫ ଦିନ ମଧ୍ୟରେ ୧୦୦୦ କୋଟି ଟଙ୍କା ମାନହାନି ବାବଦରେ ଦାବି କରାଯିବ।

ଏପଟେ କୋରୋନିଲ୍ ଆଣ୍ଟି କୋଭିଡ କିଟ୍ ର ସଫଳତା କୁ ନେଇ ଏଲୋପାଥି ଡାକ୍ତର ମାନେ ଅତ୍ୟନ୍ତ ଦୁଃଖିତ ଅଛନ୍ତି। ସେଥିପଇଁ ସେମାନେ ଏହି ପ୍ରସଙ୍ଗ କୁ ଅଯଥା ବଡ କରୁଛନ୍ତି ବୋଲି ବାଳକ୍ରିସ୍ନନ୍ କହିଛନ୍ତି। ଆଇ. ଏମ୍. ଏ. ପକ୍ଷ୍ୟରୁ ଗତ କାଲି ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ମଧ୍ୟ ଚିଠି ଲେଖି ରାମଦେବଙ୍କୁ ଦେଶଦ୍ରୋହ ଆଇନ୍ ବଳରେ ଗିରଫ କରିବାକୁ ଦାବି ରଖାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
