ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୮-୦୫-୨୦୨୧
ଦିଲ୍ଲୀରେ ପର୍ଯ୍ୟାୟକ୍ରମେ କରାଯିବ ଅନଲକ୍ ବ୍ୟବସ୍ଥା । କରୋନା ମାମଲା ମାମଲା ହ୍ରାସ ପାଉଥିବାରୁ ଆସନ୍ତା ସୋମବାର ଅର୍ଥାତ୍ ମେ ୩୧ରୁ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।ସୋମବାର ଠାରୁ ଜାତୀୟ ରାଜଧାନୀର କାରଖାନାଗୁଡ଼ିକୁ ପୁନଃ କାଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯିବ।

ନିର୍ମାଣ କାଯ୍ୟ ମଧ୍ୟ ଦିଲ୍ଲୀରେ ଆରମ୍ଭ କରିବାକୁ ଅନୁମତି ଦିଆଯିବ।ଗଲା ଏପ୍ରିଲରେ କରୋନା ମାମଲାରେ ତୀବ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୧୯ ରୁ ଦିଲ୍ଲୀରେ ଲକ୍ଡାଉନ୍ ଜାରି କରାଯାଇଥିଲା। ଗତ ସପ୍ତାହରେ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରି ମେ ୩୧ ପଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

“ଏହି ଲକଡାଉନ୍ ସୋମବାର, ସକାଳ ୫ ଟା ପଯ୍ୟନ୍ତ ଚାଲିବ। ଆମେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବୁ। ଦୈନିକ ମଜୁରୀ କର୍ମଚାରୀଙ୍କୁ ଧ୍ୟାନରେ ରଖି ନିର୍ମାଣ କାଯ୍ୟ ଏବଂ କାରଖାନା ସୋମବାର ଠାରୁ ପୁଣି ଥରେ ଖୋଲାଯିବ ବୋଲି ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
