ଅଷ୍ଟିନ ନ୍ୟୁଜ / ଭୁବନେଶ୍ଵର

ତା-୨୩-୦୫-୨୦୨୧
ଚୀନ୍ରେ ୧୦୦ କିଲୋମିଟର ମାରାଥନ ପର୍ବତ ଦୌଡରେ ଭାଗ ନେଇଥିବା ପ୍ରତିଯୋଗିତାରେ କୁଆପଥର ମାଡ, ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ୨୧ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଚାଇନା ଗଣମାଧ୍ୟମ ରିପୋର୍ଟରୁ ଜଣା ପଡିଛି ।ନିଖୋଜ ଥିବା ଜଣେ ପ୍ରତିଯୋଗିଙ୍କୁ ଆଜି ସକାଳ ୯:୩୦ ରେ ମିଳଥିଲା ବେଳେ ସେତେବେଳକୁ ତାଙ୍କ ମଧ ମୃତ୍ୟୁ ଘଟି ସାରିଥିବା ମିଡିଆ ରିପୋର୍ଟରୁ ଜଣା ପଡିଛି ।

ଚାଇନାର ଗଣମାଧ୍ୟମ ସିସିଟିଭି କହିଛି ଯେ ଏହି ଘଟଣାରେ ମୋଟ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ସହରର ଅଧିକାରୀମାନେ ଏହା ପୂର୍ବରୁ ରବିବାର ଦିନ ଏକ ପ୍ରେସ୍ ବାର୍ତ୍ତାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଜଣେ ବ୍ୟକ୍ତି ନିଖୋଜ ଥିବା ଗଣ ମାଧଥ୍ୟମରେ ଜଣାଇଥିଲେ । ଶନିବାର ଅପରାହ୍ନରେ ଉତ୍ତର-ପଶ୍ଚିମ ଗାନସୁ ପ୍ରଦେଶର ବାଇଇନ୍ ସହର ନିକଟ ଜଙ୍ଗଲରେ ଅନୁଷ୍ଠିତ ଏହି ଦୋଡ ଏକ ଚାଲିଥିବା ସମୟରେ ଉଚ୍ଚ ପାହଡ ଉପରେ ପାଣିପାଗ ଅବସ୍ଥା ହଟାତ୍ ଖରାପ ହୋଇଯାଇଥିଲା ବୋଲି ନଗର ଅଧିକାରୀ କହିଛନ୍ତି।

ବାଇଇନ୍ ନଗର ମେୟର ଝାଙ୍ଗ୍ ଜୁଚେନ୍ କହିଛନ୍ତି ଯେ ମଧ୍ୟାହ୍ନ ସମୟରେ ଅଲଟ୍ରାମାରାଥନ୍ ଏକ ବିଭାଗ – ୨୦ ରୁ ୩୧ କିଲୋମିଟର ମଧ୍ୟରେ ହଠାତ୍ ବିପର୍ଯ୍ୟସ୍ତ ପାଗ ଦ୍ଵାରା ପ୍ରଭାବିତ ହୋଇଥିଲା।ଝାଙ୍ଗ୍ କହିଛନ୍ତି, “ଅଳ୍ପ ସମୟ ମଧ୍ୟରେ ହଠାତ୍ ସ୍ଥାନୀୟ ଅଞ୍ଚଳରେ କୁଆପଥର ମାଡ ଏବଂ ବରଫ ବର୍ଷା ହୋଇଥିଲା ଏବଂ ପ୍ରବଳ ପବନ ହୋଇଥିଲା।କିଛି ଅଂଶଗ୍ରହଣକାରୀଙ୍କ ସହାୟତା କରିବା ପାଇଁ ସୁଚନା ଦେଇଥିଲେ ଅଳ୍ପ ସମୟ ପରେ, ମାରାଥନ୍ ଆୟୋଜକମାନେ ଏକ ଉଦ୍ଧାରକାରୀ ଦଳ ପଠାଇଥିଲେ ଯାହାକି ୧୭୨ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୧୮ ଜଣଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲା ।

ରାତି ପ୍ରାୟ ୨ ଟାରେ ପାଣିପାଗ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ସହାୟତା ପାଇଁ ଅଧିକ ଉଦ୍ଧାରକାରୀଙ୍କୁ ପଠାଇବା ସହିତ ଏହି ଦୌଡ ତୁରନ୍ତ ବନ୍ଦ କରିଦିଆଯାଇଥିଲା ବୋଲି ଝାଙ୍ଗ୍ କହିଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
