ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୨-୦୫-୨୦୨୧
ନେପାଳରେ ରାଜନୀତିକ ଅସ୍ଥିରତା ଲାଗି ରହିଥିବା ବେଳେ ସଂସଦକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି । ଏଥିସହ ଆଗାମୀ ନଭେମ୍ବରରେ ନେପାଳରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ନେଇ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଘୋଷଣା କରିଛନ୍ତି । ନେପାଳରେ ନଭେମ୍ବର ୧୨ରୁ ୧୯ ନଭେମ୍ବର ମଧ୍ୟରେ ନିର୍ବାଚନ ହେବ ।

ସରକାର ଗଠନ ନେଇ ଶେର୍ ବାହାଦୂର ଦେଉବା ଓ କେପି ଶର୍ମା ଓଲି ଉଭୟଙ୍କ ଦାବିକୁ ରାଷ୍ଟ୍ରପତି ଖାରଜ କରି ଦେଇଛନ୍ତି ।ସାମ୍ବିଧାନିକ କ୍ଷମତା ଅନୁସାରେ ରାଷ୍ଟ୍ରପତି ସରକାର ଗଢ଼ିବା ଅବସ୍ଥା ନଥିବାରୁ ସଂସଦକୁ ଭଙ୍ଗ କରିଛନ୍ତି । ଓଲି ସରକାର ସମୟରେ ଦ୍ୱିତୀୟଥର ପାଇଁ ସଂସଦକୁ ଭାଙ୍ଗି ଦିଆଯାଇଛି । ଦିନ ଯାକ ନାଟକୀୟ ଭାବେ ଓଲି ଓ ବିରୋଧୀ ମେଣ୍ଟ ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।

ରାଜନୀତିକ ଦଳ ଭିତରେ ଥିବା ଅନ୍ତଃକନ୍ଦଳ ପାଇଁ ବିଳମ୍ବିତ ରାତିରେ ଉଭୟ ପକ୍ଷର ଦାବିକୁ ରାଷ୍ଟ୍ରପତି ଅଗ୍ରାହ୍ୟ କରି ଦେଇଥିଲେ ।ସରକାର ଗଠନ ଦାବି ଖାରଜ ପରେ ଅଧାରାତିରେ ହଠାତ୍ ଓଲି କ୍ୟାବିନେଟ୍ ବୈଠକ ଡାକିଥିଲେ । ଏବଂ ସଂସଦର ବିଲୟ ପାଇଁ ସୁପାରିସ୍ ସହ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ନଭେମ୍ବରରେ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
