News portal website
before header
[URIS id=5393]

ଏୟାର ଇଣ୍ଡିଆର ୪୫ଲକ୍ଷ ଯାତ୍ରୀଙ୍କ ଡାଟା ଲିକ।

0 153

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୨-୦୫-୨୦୨୧

ସରକାରୀ ଏୟାରଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ସର୍ଭରରେ ସାଇବର ଆଟାକ । ୪୫ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍ ହୋଇଥିବା ମାମଲା ନଜରକୁ ଆସିଛି । କମ୍ପାନୀ ସୂଚନା ଅନୁଯାୟୀ ଏହି ଘଟଣା ୪୫ ଲକ୍ଷ ଯାତ୍ରୀଙ୍କ ତଥ୍ୟକୁ ପ୍ରଭାବିତ କରିଛି । କମ୍ପାନୀ କହିଛି ଯେ ଏଥିରେ ଗ୍ରାହକଙ୍କ ବ୍ୟକ୍ତିଗତ ସୂଚନା, ନାମ, ଜନ୍ମ ତାରିଖ, ଯୋଗାଯୋଗ, ପାସପୋର୍ଟ ସୂଚନା, ଟିକେଟ୍ ସୂଚନା, ଷ୍ଟାର ଆଲାଇନ୍ସ, ଏୟାର ଇଣ୍ଡିଆ ଫ୍ରିକ୍ୱେନ୍ ଫ୍ଲାଏର ଡାଟା ଏବଂ କ୍ରେଡିଟ କାର୍ଡ ସୂଚନା ଅନ୍ତର୍ଭୁକ୍ତ ଅଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଏୟାର ଇଣ୍ଡିଆ ଅନୁଯାୟୀ, ଡାଟି ଲିକ୍ ଘଟଣା ୨୬ ଅଗଷ୍ଟ ୨୦୧୧ ରୁ ୩ ଫେବୃଆରୀ ୨୦୨୧ ମଧ୍ୟରେ ଘଟିଛି । କ୍ରେଡିଟ୍ କାର୍ଡ ବିଷୟରେ କମ୍ପାନୀ କହିଛି ଯେ ଆମର ଡାଟା ପ୍ରୋସେର୍ସ ଗୁଡିକରେ CVV / CVC ନମ୍ବର ନାହିଁ । ପରେ ଆମର ଡାଟା ସଞ୍ଚାଳକ ନିଶ୍ଚିତ କଲା ଯେ ପ୍ରଭାବିତ ସର୍ଭରରେ କୌଣସି ପ୍ରକାରର ଅସ୍ୱାଭାବିକ କାର୍ଯ୍ୟକଳାପ ପରିଲକ୍ଷିତ ହୋଇନାହିଁ ।

ଏୟାର ଇଣ୍ଡିଆ ନଜରକୁ ଘଟଣା ଆସିବା ପରେ ସେ ଏହାର ଅନୁସନ୍ଧାନ କରିଥିଲେ ।ପ୍ରଭାବିତ ସର୍ଭରଗୁଡ଼ିକ ସୁରକ୍ଷିତ ଥିଲା । ଏହାସହ କ୍ରେଡିଟ୍ କାର୍ଡ ପ୍ରଦାନକାରୀଙ୍କୁ ଯୋଗାଯୋଗ କରାଯାଇଥିଲା ଏବଂ ସେମାନଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିଲା । ଏୟାର ଇଣ୍ଡିଆ FFP ପ୍ରୋଗ୍ରାମର ପାସୱାର୍ଡ ମଧ୍ୟ ପୁଣିଥରେ ସେଟ୍ କରାଯାଇଥିଲା ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ତଥ୍ୟ ସୁରକ୍ଷିତ ଅଛି କି ନାହିଁ ନିଶ୍ଚିତ କରିବାକୁ କମ୍ପାନୀ ଯାତ୍ରୀମାନଙ୍କୁ ପାସୱାର୍ଡ ପରିବର୍ତ୍ତନ କରିବାକୁ କହିଛି । ବିବୃତ୍ତିରେ ଏୟାର ଇଣ୍ଡିଆ କହିଛି ଯେ, ଆମେ ଏବଂ ଆମର ଡାଟା ପ୍ରୋସେସର୍ କାର୍ଯ୍ୟାନୁଷ୍ଠାନ ଜାରି ରଖିବୁ, ଏହି ସମୟରେ ଆମେ ଯାତ୍ରୀମାନଙ୍କୁ ପାସୱାର୍ଡ ପରିବର୍ତ୍ତନ କରିବାକୁ ଅନୁରୋଧ କରୁଛୁ । ଯାତ୍ରୀମାନଙ୍କ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.