ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୭-୦୫-୨୦୨୧
ଦେଶର ଦକ୍ଷିଣ-ପଶ୍ଚିମ ରାଜ୍ୟଗୁଡିକରେ ବାତ୍ୟା ତଉକତେ ତାର ପ୍ରଭାବ ଦେଖାଇଛି । କେରଳ, କର୍ଣ୍ଣାଟକ ଏବଂ ଗୋଆରେ ତାଣ୍ଡବ ପରେ ଏବେ ବାତ୍ୟା ଗୁଜୁରାଟ ଆଡକୁ ଗତି କରୁଛି । ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୮ଜଣଙ୍କ ମୃତ୍ୟୁ ହେବା ସହ ଅନେକ ସଂଖ୍ୟାରେ ଗଛ ଉପୁଡିପଡିଛି । ଏପରିକି କିଛି ସ୍ଥାନରେ ଘର ଉପରେ ଗଛ ମଧ୍ୟ ପଡିରହିଥିବା ଦେଖିବାକୁ ମିଳିଛି ।

ଆଜି ଓ ଆସନ୍ତାକାଲି ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ କେନ୍ଦ୍ର ।ତେବେ ବିପର୍ଯ୍ୟୟର ମୁକାବିଲା ପାଇଁ NDRF ର ୫୦ଟି ଟିମ୍ ନିୟୋଜିତ ହୋଇଛନ୍ତି । ଗୁଜୁରାଟର କଛରେ ବାତ୍ୟାର କରାଳ ରୂପ ନେଇ ଆଗୁଆ ସତର୍କ ରହିଛି ପ୍ରଶାସନ । ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ମେ ୧୭ ଅର୍ଥା ଆଜି ସନ୍ଧ୍ୟା କିମ୍ବା ୧୮ କାଲି ସକାଳେ ଏହା ଉପକୂଳ ଦେଇ ଗତି କରିବ । ଆସନ୍ତା ୨୪ ଅତି ଗୁରୁତ୍ୱପୂର୍ଣ୍ଣ ଓ ଭୟଙ୍କର ବୋଲି ଚେତାଇ ଦେଇଛି ପାଣିପାଗ ବିଭାଗ । କାଲି ସକାଳ ସୁଦ୍ଧା, ଏହି ଘୂର୍ଣ୍ଣିବଳୟ ଗୁଜୁରାଟ ଉପକୂଳ ଦେଇ ପୋରବନ୍ଦର ଏବଂ ମହୁବା ମଧ୍ୟରେ ଗତିକରିବ ବୋଲି ଅନୁମାନ କରାଯାଉଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
