ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୩-୦୫-୨୦୨୧
ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଜାରି ରହିଥିବା ଗଣ୍ଡଗୋଳ ବହୁ ପୁରୁଣା । କିନ୍ତୁ ଗତ ସପ୍ତାହରେ ପାଲେଷ୍ଟାଇନ୍ ସଂଗଠନ ହମାସ ଏବଂ ଜେରୁସେଲମ ମଧ୍ୟରେ ହୋଇଥିବା ହିଂସା ସମଗ୍ର ବିଶ୍ୱକୁ ଚକିତ କରିପକାଇଛି । ଉଭୟ ଦେଶ ମଧ୍ୟରେ ରକେଟ ଆକ୍ରମଣ ଜାରି ଥିବା ବେଳେ ଏପର୍ଯ୍ୟନ୍ତ ୭୨ ଜଣଙ୍କର ମୃତ୍ୟୁ ହୋଇଛି ।
ଗାଜାରେ ୬୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲର ୭ ଜଣ ନାଗରିକ ପ୍ରାଣ ହରାଇଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗାଜା ଉପରେ ଲଗାତାର ରକେଟ ଆକ୍ରମଣ ଚାଲିଛି । ଗାଜା ସିଟି କମାଣ୍ଡର ବାସେମ ଇସ୍ସାଙ୍କ ରକେଟ ଆକ୍ରମଣରେ ମ୍ୟତ୍ୟୁ ହୋଇଛି ।

ଗାଜାରେ ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି ପାଇଛି । ଏଥିରେ ୧୬ ଜଣ ଶିଶୁ ଏବଂ ୫ ଜଣ ମହିଳା ମଧ୍ୟ ଅଛନ୍ତି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ରକେଟ ଆକ୍ରମଣରେ ମୋଟ ୩୬୫ ଜଣ ଗୁରୁତର ହୋଇଛନ୍ତି । ଏଥିରେ ୮୬ ଜଣ ଶିଶୁ ଏବଂ ୩୯ ଜଣ ମହିଳା ମଧ୍ୟ ଅଛନ୍ତି । ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପକ୍ଷରେ ଗାଜାର ରକେଟ ମାଡ଼ରେ ଇସ୍ରାଏଲର ଜଣେ ୫ ବର୍ଷୀୟ ଶିଶୁର ମୃତ୍ୟୁ ହେବା ସହିତ ଏହି ସଂଖ୍ୟା ୭କୁ ବୃଦ୍ଧି ପାଇଛି । ବୁଧବାର ରାତି ତେଲ ଅଭିଭ ମେଟ୍ରୋପୋଲିଟାନ ଅଂଚଳ ଏବଂ ସହର ମଧ୍ୟକୁ ରକେଟ ମାଡ଼ ହୋଇଥିବା ଗଣମାଧ୍ୟମ ରିପୋର୍ଟ କରିଛି । ଇସ୍ରାଏଲ ସେନା କହିଛି ଯେ, ୧୮୦ଟି ରକେଟ ମାଡ଼ ହୋଇଛି । ଏଥିରୁ ୪୦ଟି ଗାଜାରେ ନିଷ୍କ୍ରିୟ କରିଦିଆଯାଇଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
