ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୦୯-୦୫-୨୦୨୧
ଆଉ ସପ୍ତାହେ ବଢିଲା ଲକଡାଉନ୍ । କରୋନା ସଂକ୍ରମଣକୁ ନଜରରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନ୍ ଅବଦ୍ଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ମେ ୧୦ରେ ଦିଲ୍ଲୀରେ ଲକଡାଉନ୍ ଶେଷହୋଇଥାନ୍ତା ।

କିନ୍ତୁ ଏହାକୁ ମେ ୧୭ ସକାଳ ଯାଏଁ ବୃଦ୍ଧି କରାଯାଇଛି । ଚଳିତ ଥର ଲକଡାଉନ ଅଧିକ କଡାକଡି ହେବ । ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନେବାକୁ ହେବ । ଦିଲ୍ଲୀରେ ସୋମବାରଠୁ ମେଟ୍ରୋ ସେବା ବନ୍ଦ ରହିଛି ।ଏହା ପୂର୍ବରୁ ଲାଗିଥିବା ଲକ୍ଡାଉନ୍ ଅବଧି ୩ ମେ’ ସକାଳ ୫ ପର୍ଯ୍ୟନ୍ତ ଥିଲା। ପରେ ଏହାକୁ ମେ ୧୦ ଯାଏଁ କରାଯାଇଥିଲା । ଯାହାକି ଏବେ ୧୭ ମେ’ ସକାଳ ୫ ଯାଏ ଘୁଞ୍ଚାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ଏନେଇ ଟ୍ବିଟ୍ରରେ ସୂଚନା ଦେଇଛନ୍ତି।ଏହି ସମୟରେ ପୂର୍ବ ଭଳି କଟକଣା ବଳବତ୍ତର ରହିବ । ଏହା ପୂର୍ବରୁ ବ୍ୟବସାୟୀ ସଂଗଠନ ୩ ମେ’ ପରେ ଦୋକାନ ଖୋଲିବ ନାହିଁ ବୋଲି ଘୋଷଣା କରିଥିଲା । ସେମାନଙ୍କ ପକ୍ଷରୁ ସ୍ବଇଚ୍ଛାରେ ଲକ୍ଡାଉନ୍ ଲଗାଇଦିଆଯିବ।

ଦିଲ୍ଲୀରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏକ ବୈଠକରେ ୧୫୦ରୁ ଅଧିକ ବ୍ୟବସାୟ ସଂଗଠନ ନେତା ଏନେଇ ନିଷ୍ପତ୍ତି ନେଇଥିଲେ । ରାଜ୍ୟ ସରକାର ଆଉ ଗୋଟିଏ ସପ୍ତାହ ଲକ୍ଡାଉନ୍ ଘୁଞ୍ଚାଇଥିବା ବେଳେ ଏହାକୁ ଆଗକୁ ବଢ଼ାଯିବ କି ନାହିଁ ସେନେଇ ଜଣାପଡ଼ିପାହିଁ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
