ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୦୯-୦୫-୨୦୨୧
୨୦୨୦ରେ ୟୁପିଏସସି ପରୀକ୍ଷା ଦେଇପାରିନଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର । ପ୍ରାରମ୍ଭିକ ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପରୀକ୍ଷାର୍ଥୀଙ୍କୁ ପୁଣି ମିଳିବ ପରୀକ୍ଷା ଦେବା ସୁଯୋଗ । ଏନେଇ ଆଜି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଏନେଇ ସତ୍ୟପାଠ ଦାଖଲ କରାଯାଇଛି ।କରୋନା ମହାମାରୀ ପାଇଁ ୨୦୨୦ ଅକ୍ଟୋବରରେ ୟୁପିଏସସି ଦ୍ବାରା ଆୟୋଜିତ ହୋଇଥିବା ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷାରେ ଅନେକ ପରୀକ୍ଷାର୍ଥୀ ବିଭିନ୍ନ କାରଣରୁ ଅଂଶଗ୍ରହଣ କରିପାରି ନଥିଲେ ।

ନିର୍ଦ୍ଧାରିତ ବୟସସୀମା ଅତିକ୍ରମ କରିଯିବାରୁ ବହୁ ପରୀକ୍ଷାର୍ଥୀଙ୍କ ଲାଗି ଏହି ପରୀକ୍ଷା ଶେଷ ସୁଯୋଗ ଥିଲା । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେହି ପରୀକ୍ଷାର୍ଥୀ ମାନଙ୍କୁ ଆଉ ଏକ ଅତିରିକ୍ତ ସୁଯୋଗ ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର ।ଏହାଦ୍ୱାରା ୧୦,୩୩୬ ଜଣ ପରୀକ୍ଷାର୍ଥୀ ଉପୃକତ ହେବେ ବୋଲି ସପ୍ରିମକୋର୍ଟଙ୍କୁ ଜଣା ଯାଇଛି ।

ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଏବଂ ୟୁପିଏସସି ମଧ୍ୟରେ ଅନେକ ଥର ଆଲୋଚନା ହୋଇସାରିଛି । ନାଗରିକ ସେବା ଆଶାୟୀ ରଚନା ସିଂହଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ଏକ ପିଟିଶନର ଶୁଣାଣି ସମୟରେ କେନ୍ଦ୍ର ସରକାର ଉପରୋକ୍ତ ତଥ୍ୟ ଦେଇଛନ୍ତି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
