News portal website
before header
[URIS id=5393]

‘ଫର୍ ଗଭର୍ନମେଣ୍ଟ ସପ୍ଲାଏ ନଟ୍ ଫର୍ ସେଲ୍’ଲେଖା ହୋଇଥିବା ରେମଡେସିଭିର୍ ଇଞ୍ଜେକ୍ସନ ଜବତ:

0 161

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୭-୦୫-୨୦୨୧

ଦେଶରେ କରୋନା ମାମଲା ବେକାବୁ ହୋଇପଡିଛି। ଏହିଭଳି ସ୍ଥିତିରେ ଦେଶରେ ଭ୍ୟାକସିନଠୁ ଆରମ୍ଭ କରି ଇଞ୍ଜେକ୍ସନ, ହସ୍ପିଟାଲ ବେଡ଼, ଅକ୍ସିଜେନ ସଙ୍କଟ ଦେଖାଦେଇଛି। ରେମଡ଼େସିଭିର ଇଞ୍ଜେକ୍ସନ ଅଭାବ ଥିବାବେଳେ ପଞ୍ଜାବରୁ ଏକ ଚକିତ କାଳ ଭଳି ଖବର ସାମ୍ନାକୁ ଆସିଛି।

ପଞ୍ଜାବ ଚମକୌର ସାହିବ ନିକଟସ୍ଥ ଭାଖଡା କେନାଲରୁ ଶହ ଶହ ରେମଡ଼େସିଭିର ଓ ଚେଷ୍ଟ ଇନଫେକ୍ସନ ଇଞ୍ଜେକ୍ସନ ଉଦ୍ଧାର ହୋଇଛି। ଏଥିରେ ସରକାରଙ୍କୁ ସପ୍ଲାଏ କରାଯାଉଥିବା ୧୪୫୬ ଇଞ୍ଜେକ୍ସନ, ୬୨୧ ରେମଡ଼େସିଭିର ଇଞ୍ଜେକ୍ସନ ଓ ୮୪୯ଟି ଲେବଲ ନଥିବା ଇଞ୍ଜେକ୍ସନ ରହିଛି। ତେବେ ଏହିସବୁ ଇଞ୍ଜେକ୍ସନ ଅସଲି ନା ନକଲି ତାହା ସ୍ପଷ୍ଟ ହୋଇନାହିଁ।

ଏକ ଖବରକାଗଜ ରିପୋର୍ଟ ଅନୁଯାୟୀ, ରେମଡ଼େସିଭିର ଇଞ୍ଜେକ୍ସନରେ ଏମଆରପି ୫୪୦୦ ଟଙ୍କା ଓ ମେନୁଫେକଚରିଂ ତାରିଖ ୨୦୨୧ ମାର୍ଚ୍ଚ ଓ ଏକ୍ସପାଇରୀ ତାରିଖ ୨୦୨୧ ନଭେମ୍ବର ଲେଖାହୋଇଛି। ସେଫୋପେରାଜୋନ ଇଞ୍ଜେକ୍ସନରେ ମେନୁଫେକଚରିଂ ତାରିଖ ୨୦୨୧ ଏପ୍ରିଲ ଓ ଏକ୍ସପାଇରୀ ତାରିଖ ୨୦୨୩ ମାର୍ଚ୍ଚ ଲେଖାହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଲା, ଏହି ଇଞ୍ଜେକ୍ସନରେ ‘ଫର୍ ଗଭର୍ନମେଣ୍ଟ ସପ୍ଲାଏ ନଟ୍ ଫର୍ ସେଲ୍’ ମଧ୍ୟ ଲେଖାହୋଇଛି।

ସୂଚନାଯୋଗ୍ୟ ଯେ, ଦେଶରେ ରେମଡ଼େସିଭିର ଓ ଚେଷ୍ଟ ଇନଫେକ୍ସନ ଇଞ୍ଜେକ୍ସନର କଳାବଜାରୀ ହେଉଛି। ପଞ୍ଜାବରେ ମଧ୍ୟ ଆବଶ୍ୟକ ପରିମାଣର ରେମଡ଼େସିଭିର ଓ ଅନ୍ୟ ଔଷଧ ଉପଲବ୍ଧ ନାହିଁ। ଏହିଭଳି ସ୍ଥିତିରେ ସରକାରଙ୍କୁ ସପ୍ଲାଏ ହେଉଥିବା ଇଞ୍ଜେକ୍ସନ କେନାଲରୁ ଜବତ ହେବା ସରକାରଙ୍କ କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଛିଡା କରୁଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ନିକଟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଥିଲେ, ରାଜ୍ୟରେ ଅକ୍ସିଜେନ, ଭ୍ୟାକସିନ, ଭେଣ୍ଟିଲେଟର, ଔଷଧ ଅଭାବ ରହିଛି କାରଣ ଭାରତ ସରକାରଙ୍କ ଦ୍ୱାରା ପ୍ରାପ୍ତ ୮୦୯ ଭେଣ୍ଟିଲେଟରରୁ ୧୦୮ ଭେଣ୍ଟିଲେଟର ସ୍ଥାପିତ କରିବାକୁ କୌଣସି ବି.ଇ.ଏଲ ଇଞ୍ଜିନିୟର ନାହାନ୍ତି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ସେ ଗତ ମାସେ ହେଲା ଏ ସମ୍ବନ୍ଧରେ ଅନେକଥର କେନ୍ଦ୍ରକୁ ଚିଠି ମଧ୍ୟ ଲେଖିଛନ୍ତି। ଏପଟେ କେନାଲରୁ ବହୁ ମାତ୍ରାରେ ଇଞ୍ଜେକ୍ସନ ଜବତ ହେବା, ସରକାରଙ୍କ ଅସଫଳତା ଯୋଗୁଁ ଔଷଧ କିଭଳି ବରବାଦ ହେଉଛି ତାହା ଦର୍ଶାଉଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.