News portal website
before header
[URIS id=5393]

ଟିକା ପାଇଁ ଲମ୍ବା ଲାଇନରେ ଭାରତୀୟ ଜନତା।

0 159

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୭-୦୫-୨୦୨୧

ଦେଶରେ ଘାତକ କରୋନା ମହାମାରୀ । ଲଗାତାର ବଢୁଛି ସଂକ୍ରମଣ ମାମଲା । ଭିଡକୁ ଦୂରେଇବା କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଧିକାଂଶ ରାଜ୍ୟରେ ଲାଗୁ ହୋଇଯାଇଛି ଲକ୍‌ଡାଉନ । ହେଲେ ଦୁଃଖର ବିଷୟ ଏହା ଯେ କେଉଁଠି କରୋନା ରୋଗୀ ବେଡ୍ ନପାଇ ହନ୍ତସନ୍ତ ତ ଆଉ କେଉଁଠି ନିଶ୍ୱାସ ପାଇଁ କରୁଛନ୍ତି ସଂଘର୍ଷ ।

ସବୁଠି ନିଜ ପାଳି ପଡିବା ପାଇଁ ଅପେକ୍ଷା । ଆଉ ଯଦି ଏହିସବୁ ସ୍ଥିତି ଯୋଗୁଁ କାହାର ଜୀବନ ଚାଲିଯାଉଛି ତାହାଲେ ବି ମଶାଣୀ ଘାଟରେ ଶବ ସତ୍କାର ପାଇଁ ଦେବାକୁ ପଡୁଛି ଲମ୍ବା ଲାଇନ୍ । ଏହି ଲମ୍ବା ଲାଇନରେ ଏବେ ଛିଡା ହୋଇଛନ୍ତି ଭାରତର ହଜାର ହଜାର ଜନତା ।କିନ୍ତୁ ଏହାରି ଭିତରେ ଚିନ୍ତା ବଢାଉଛି କରୋନା ଟିକା କେନ୍ଦ୍ର । ଆଜ୍ଞା ହଁ ଯେଉଁ ଟିକା କରଣର ଅଭିଯାନ ମେ ୧ ତାରିଖରୁ ଆରମ୍ଭ ହୋଇଥିଲା ।

ସେହିଠାରେ ହିଁ ଜନ୍ମନେଉଛି କରୋନା ସଂକ୍ରମଣ । ଏହିସବୁ ଟିକାକରଣ କେନ୍ଦ୍ରର ଦୃଶ୍ୟକୁ ଦେଖିଲେ ଆପଣମାନେ ଠିକ୍ ବୁଝିପାରିବେ । କେଉଁଭଳି ଭାବେ ସୁରକ୍ଷିତ ଟିକାକରଣ ଅସୁରକ୍ଷିତର ରୂପ ନେଉଛି । ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବା ପାଇଁ ରହିଛି ସମସ୍ତ ନିୟମ । ହେଲେ ଟିକାକରଣ କେନ୍ଦ୍ରରେ ଟିକା ନେବା ପାଇଁ ଆରମ୍ଭ ହୋଇଯାଇଛି ଭିଡ । ନା ରହିଛି କରୋନା ଗାଇଡଲାଇନ୍ ନା ରହିଛି ସାମାଜିକ ଦୂରତା ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ସବୁ ନିୟମ ଯେମିତି ଏହି ଟିକାକରଣକେନ୍ଦ୍ର ଗୁଡିକରେ ଠପ୍ ହୋଇଯାଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ସରକାର ସଚେତନ କରୁଥିବା ବେଳେ ।ଟିକା ଦିଆଯାଉଥିବା କେନ୍ଦ୍ରଗୁଡିକରେ ଏହିଭଳି କରୋନା ଗାଇଡଲାଇନର ଅବହେଳା ସଂମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟଜନକ କଥା । ଭିଡ ଭିତରେ ଅନେକ ଲୋକଙ୍କୁ କରୋନା ହେଇଯିବ ଭାବି ଲୋକେ କୋଭିଡ୍ ଟିକା ନେବା ପାଇଁ କେନ୍ଦ୍ରକୁ ବି ଆସୁନାହିଁ । ଆଉ ଯେଉଁମାନେ ଆସୁଛନ୍ତି ଲମ୍ବା ଲାଇନ ଓ ଅତ୍ୟଧିକ ସମୟ ଅପେକ୍ଷା କରିବାକୁ ପଡୁଛି ବୋଲି ଅଭିଯୋଗ ।

ଦିଲ୍ଲୀ,ମୁମ୍ବାଇ ଭଳି ମେଟ୍ରୋ ସିଟି ମାନଙ୍କର ସ୍ଥିତି ବି ସଙ୍ଗିନ ପାଲଟିଛି । ଲୋକଙ୍କର ଟିକାକରଣ କେନ୍ଦ୍ରରେ ଜମୁଥିବା ଭିଡ ସତେ ଯେମିତି କରୋନା ସଂକ୍ରମଣକୁ ନିମନ୍ତ୍ରଣ କରୁଛି । ଅନ୍ୟପଟେ ଦେଶରେ କରୋନା ମୃତ୍ୟୁସଂଖ୍ୟା ସମସ୍ତ ରେକର୍ଡ ଭାଙ୍ଗିସାରିଲାଣି । ଏବେ ସୁଦ୍ଦା ଆମେରିକା ,ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ଅଧିକ ଥିଲା । କିନ୍ତୁ ଗତ ୧୦ ଦିନ ଭିତରେ ଭାରତରେ କରୋନା ଜନିତ ମୃତ୍ୟୁ ସବୁଠାରୁ ଅଧିକ ହୋଇଛି । ଦେଶରେ ବର୍ତମାନ ସୁଦ୍ଦା ୪ଲକ୍ଷ ୧୪ହଜାରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ୩୯୨୭ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅର୍ଥାତ ଦେଶରେ ଘଣ୍ଟାକୁ ୧୫୦ଜଣଙ୍କର ମୃତ୍ୟୁ ହେଉଛି । ତେବେ ଏହିଭଳି ସ୍ଥିତିରେ ଜନତାଙ୍କର ଟିକାକରଣ କେନ୍ଦ୍ରରେ ଅବହେଳା ଓ ଅଭିଯୋଗ ସତରେ ଚିନ୍ତାର ବିଷୟ ପାଲଟିଛି । ଏସବୁକୁ ଲକ୍ଷ୍ୟକରି ସରକାର ନିୟମାବଳୀ ଗୁଡିକୁ ନେଇ ଲୋକଙ୍କୁ ଅଧିକ ସଜାଗ ଓ ସର୍ତକ କରାଇବା ହିଁ ପ୍ରମୁଖ କାର୍ଯ୍ୟ ହେବା ଆବଶ୍ୟକ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.