News portal website
before header
[URIS id=5393]

୨୦୨୧-୨୨ରେ ଭାରତର ଆର୍ଥିକ ଅଭିବୃଦ୍ଧିର ଲକ୍ଷ୍ୟକୁ ବଡ଼ ଝଟକା, ଜାଣନ୍ତୁ କ’ଣ କହୁଛନ୍ତି Goldman Sachs

0 180

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୦୫-୦୫-୨୦୨୧

କରୋନା ଭାଇରସ ମହାମାରୀ ପ୍ରଥମ ଲହର ନିୟନ୍ତ୍ରଣ ଲାଗି ଜାରି ଲକଡାଉନ୍‌ କାରଣରୁ ହୋଇଥିବା ଆର୍ଥିକ କ୍ଷତି ୨୦୨୧-୨୨ରେ ଭରଣା ନେଇ ଭାରତର ଆକଳନକୁ ଝଟକା ଲାଗିପାରେ। ଏପରି ପୂର୍ବାନୁମାନ କରିଛନ୍ତି ଆମେରିକୀୟ ବ୍ରୋକରେଜ ଫାର୍ମ ‘ଗୋଲ୍ଟମ୍ଆନ ସାକ୍ସ’ ।

କାରଣ କରୋନା ଦ୍ୱିତୀୟ ଲହରରେ ଯଦିଓ ଦେଶ ଏପର୍ଯ୍ୟନ୍ତ ପୂର୍ଣ୍ଣ ଲକଡାଉନକୁ ଯାଇ ନାହିଁ ତଥାପି ବଡ଼ବଡ଼ ସହରାଞ୍ଚଳରେ ଲାଗୁ କଟକଣା ଜିଡିପି ଅଭିବୃଦ୍ଧି ଲାଗି ଭାରତ ଧାର୍ଯ୍ୟ କରିଥିବା ୧୧.୭ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ଲକ୍ଷ ଏବେ ହୁଏତ ପୂରଣ ନ ହୋଇ ପାରେ ବୋଲି ଆମେରିକୀୟ ଆର୍ଥିକ ସଂସ୍ଥା ଆକଳନ କରିଛି। ତେବେ ଏହା ୧୧.୧ ପ୍ରତିଶତରେ ରହିପାରେ ବୋଲି କହିଛନ୍ତି।

ଭାରତରେ କରୋନା ଭାଇରସ ମହମାରୀର ଦ୍ୱିତୀୟ ଲହର ଏବେ ଭୟାନକ ରୂପ ଧାରଣ କରିସାରିଲାଣି। ଦୈନିକ ସଂକ୍ରମଣ ହାର ବଢିବଢି ଚାଲିଥିବା ବେଳେ ଏ ପର୍ଯ୍ୟନ୍ତ ୨.୨୨ଲକ୍ଷ ଲୋକଙ୍କ ମୃତ୍ୟ ହେଲାଣି। ଏଣୁ ସାରା ଦେଶରେ କଡ଼ା ଲକଡାଉନ ଜାରି ପାଇଁ ଦାବି ହେଉଥିଲେବି ପୂର୍ବ ବର୍ଷର ଆର୍ଥିକ କ୍ଷତିକୁ ଦୃଷ୍ଟିରେ ରଖି ମୋଦି ସରକାର ଏପର୍ଯ୍ୟନ୍ତ ଲକଡାଉନ୍‌ ଜାରି କରୁ ନାହାନ୍ତି। ହେଲେବି ଦେଶର ପ୍ରମୁଖ ସହରାଞ୍ଚଳମାନଙ୍କରେ କଟକଣାର ପ୍ରଭାବ ଏବେ ଅନୁଭୂତ ହେଉଛି।

ଲକଡାଉନ୍‌ ନ ହୋଇ ମଧ୍ୟ ସହରାଞ୍ଚଳମାନଙ୍କରେ କଟକଣା ଯୋଗୁ ଲକଡାଉନ୍‌ ଭଳି ପରିସ୍ଥିତି ଉପୁଜିଛି। ଏଥିରେ ବିଭିନ୍ନ ସେବା ଗୁରୁତର ପ୍ରଭାବିତ ହୋଇଛି। ତେବେ ୨୦୨୦-୨୧ ଦ୍ୱିତୀୟ ତ୍ରୈମାସିକ(ଏପ୍ରିଲ-ଜୁନ) ଅପେକ୍ଷା ୨୦୨୧-୨୨ର ଏହି ସମୟରେ ଅର୍ଥବ୍ୟବସ୍ଥାରେ କରୋନାରେ ପ୍ରଭାବା କମ ରହିଛି । ବର୍ତ୍ତମାନର ସ୍ଥିତି ଯାହାବି ହେଉ ନା କାହିଁକି ତୃତୀୟ ତ୍ରୈମାସିକ (ଜୁଲାଇ-ସେପ୍ଟେମ୍ବର)ରେ ଭାରତର ଆର୍ଥିକ ସ୍ଥିତିରେ ନିଶ୍ଟିତ ଦ୍ରୁତ ସୁଧାର ଆସିବ ବୋଲି ଗୋଲ୍ଟମ୍ୟାନ୍‌ ଆଶାବ୍ୟକ୍ତ କରିଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

ଜୁଲାଇ ମାସ ବେଳକୁ ଦେଶରେ କରୋନାର ପ୍ରକୋପ ହ୍ରାସ ସହ ବ୍ୟବସାୟିକ ପରିସ୍ଥିତିରେ ସୁଧାର ଆସି ସାରିଥିବ। ଲକଡାଉନ, କର୍ଫ୍ୟୁ ଆଦି କଟକଣା ମଧ୍ୟ ଏତେଟା ନଥିବ। ଏଣୁ ଏଭଳି ପରିସ୍ଥିତିରେ ଭାରତର ଜିଡିପି ଅଭିବୃଦ୍ଧି ହାର ୧୧.୧ ପ୍ରତିଶତ ପର୍ଯ୍ୟନ୍ତ ରହିପାରେ। ତେବେ ଏହା ପୂର୍ବରୁ ଏହି ହାର ୧୧.୭ ପ୍ରତିଶତ ପର୍ଯ୍ୟନ୍ତ ଆକଳନ କରାଯାଉଥିଲା।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.