News portal website
before header
[URIS id=5393]

କରୋନା ପ୍ରଭାବିତଙ୍କ ପାଇଁ ଲଙ୍ଗ୍ ଟର୍ମ ଲୋନ୍ ବ୍ୟବସ୍ଥା।

0 207

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୦୫-୦୫-୨୦୨୧

କରୋନାର ଦ୍ୱିତୀୟ ଲହର ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ନର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ଦେଶର ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ସ୍ଥିତି ଉପରେ ଆରବିଆଇର ନଜର ରହିଛି। ଦ୍ୱିତୀୟ ଲହର ବିରୋଧରେ ଦୃଢ ପଦକ୍ଷେପ ନେବା ଆବଶ୍ୟକ। ସେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି,କରୋନାର ପ୍ରଥମ ଲହର ପରେ ଦେଶର ଅର୍ଥନୀତି ସୁଧୁରିବ ଆରମ୍ଭ କରିଥିଲା କିନ୍ତୁ ଦ୍ୱିତୀୟ ଲହର ପୁଣିଥରେ ସଙ୍କଟ ସୃଷ୍ଟି କରିଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

ଆରବିଆଇ ଏମର୍ଜେନ୍ସି ସ୍ୱାସ୍ଥ୍ୟ ସେବା ପାଇଁ ୫୦ ହଜାର କୋଟି ଟଙ୍କା ଦେଇଛି। ଏହି ରାଶି ଜରିଆରେ ବ୍ୟାଙ୍କ ଭ୍ୟାକସିନ ମେନୁ ଫେକ୍ଚର୍ସ, ଭ୍ୟାକସିନ ଟ୍ରାନ୍ସପୋର୍ଟ, ଏକ୍ସପର୍ଟସଙ୍କୁ କିସ୍ତିରେ ଋଣ ଉପଲବ୍ଧ କରାଇବ। ଏହାସହ ହସ୍ପିଟାଲ, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ମଧ୍ୟ ଲାଭ ମିଳିବ।

ଶକ୍ତିକାନ୍ତ ଦାସ କହିଛନ୍ତି ଯେ ପ୍ରାଥମିକତା କ୍ଷେତ୍ର ପାଇଁ ଶୀଘ୍ର ଋଣ ଓ ପ୍ରୋତ୍ସାହନ ଦିଆଯିବ।ଗଭର୍ନର କହିଛନ୍ତି, ବର୍ତ୍ତମାନ ସ୍ଥିତିରେ KYC ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁସାରେ ଭିଡିଓ ଜରିଆରେ KYC କୁ ମଞ୍ଜୁରୀ ଦିଆଯାଇଛି । ରାଜ୍ୟମାନଙ୍କ ପାଇଁ Overdraft Facility ରେ ମଧ୍ୟ ଆଶ୍ବସ୍ତି ଦିଆଯାଇଛି ବୋଲି ସେ କହିଛନ୍ତି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

କରୋନାର ଦ୍ୱିତୀୟ ଲହର ମଧ୍ୟରେ ଶକ୍ତିକାନ୍ତ ଦାସ ସାଧାରଣ ଜନତା, ଛୋଟ ବ୍ୟବସାୟୀ ଓ ସୁକ୍ଷ୍ମ-ଆର୍ଥିକ ସଂସ୍ଥାର ସାହାଯ୍ୟ ପାଇଁ ଆର୍ଥିକ ଉପାୟର ଏକ ସେଟ ଘୋଷଣା କରିଛନ୍ତି।ଦେଶରେ କରୋନା ପ୍ରକୋପ ବଢ଼ିବାରେ ଲାଗିଛି। ଲଗାତାର ପ୍ରତିଦିନ ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୮୨ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି ଓ ୩୪୦୦ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.