ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

୨୬/୦୪/୨୦୨୧
ସାରାଦେଶରେ କରୋନାର ଭୟାବହତା ବ୍ୟାପକ ହେବାରେ ଲାଗିଛି । କର୍ଣ୍ଣାଟକରେ ମଧ୍ୟ ସ୍ଥିତି ଅଣାୟତ ହେବାକୁ ଲାଗିଲାଣି । ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖୁ କର୍ଣ୍ଣାଟକ ସରକାର ରାଜ୍ୟରେ ୧୪ ଦିନିଆ ଲକଡାଉନ୍ (କୋଭିଡ୍ କମ୍ପ୍ୟୁ) ଲାଗୁ କରିଛନ୍ତି ।
ମଙ୍ଗଳବାର ରାତି ୯ଟାରୁ ଏହି ନିୟମ ଲାଗୁହେବା ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା । ୧୪ ଦିନ ଯାଏଁ କର୍ଣ୍ଣାଟକରେ ଲକଡାଉନ୍ (କୋଭିଡ୍ କମ୍ୟୁ) ଲାଗୁ ରହିବା ନେଇ ଘୋଷଣା କରାଯାଇଛି ।ଲକଡାଉନ୍ (କୋଭିଡ୍ କମ୍ପ୍ୟୁ) ସମୟକୁ କିଛିଟା କୋହଳ ମଧ୍ୟ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୬ଟାରୁ ଦିନ ୧୦ ଟା ଯାଏଁ କଟକଣା କୋହଳ କରାଯାଇଛି ।

ଦିନ ୧୦ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରଖୁବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଦିନ ୧୦ଟା ପରେ ନିର୍ଦ୍ଦିଷ୍ଟ କେତେକ ସଂସ୍ଥା ଚାଲୁ ରଖୁବା ପାଇଁ ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି । ନିର୍ମାଣ କାର୍ଯ୍ୟ, ଉତ୍ପାଦନ କ୍ଷେତ୍ର, ଚାଷ କାର୍ଯ୍ୟ ଏବଂ ଜରୁରୀ ସେବାକୁ ଲକଡାଉନ୍ (କୋଭିଡ୍ କମ୍ପ୍ୟୁ)ରୁ ବାଦ ଦିଆଯାଇଛି । ସର୍ବସାଧାରଣ ପରିବହନ ବନ୍ଦ ରହିବା ନେଇ ନିର୍ଦେଶାବଳୀରେ ଉଲ୍ଲେଖ ରହିଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia

