News portal website
before header
[URIS id=5393]

ଆସନ୍ତାକାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ, ଗାଇଡ୍‌ଲାଇନ୍ ଜାରି କଲା ଶିକ୍ଷା ବିଭାଗ

0 393

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର

Notice

୨୬/୦୪/୨୦୨୧

ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ ହେବାକୁ ଯାଉଛି । ଆସନ୍ତାକାଲି ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ । ଏନେଇ ସୋମବାର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ବ୍ଲକ ଶିକ୍ଷା ଅଧିକାରୀ(ବିଇଓ), ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଚିଠି ଲେଖୁଛନ୍ତି।

ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି ହୋଇଛି । ଅତିରିକ୍ତ ସଚିବ ଚିଠିରେ ଲେଖୁଛନ୍ତି ଯେ, ସମସ୍ତ ଡିଇଓ, ବିଇଓ ଓ ଡିପିସି ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବେ। ସବୁ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯ଟା ୩୦ ପର୍ଯ୍ୟନ୍ତ ନାମଲେଖା ଚାଲିବ ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ପୂର୍ବ ଶ୍ରେଣୀର ପିଲାଙ୍କୁ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖା ହେବ । କୌଣସି ଛାତ୍ର ବା ଅଭିଭାବକଙ୍କୁ ନାମଲେଖା ପାଇଁ ସ୍କୁଲକୁ ଡକାଯିବ ନାହିଁ। ସ୍କୁଲ ବଦଳିଲେ ଟେଲିଫୋନ୍‌ରେ ଅନୁମତି ନେଇ ନାମଲେଖା ହେବ। ଆବଶ୍ୟକ ସ୍ଥଳେ ଟିସି ନେଇ ଅନ୍ୟ ସ୍କୁଲକୁ ଯାଇପାରିବେ ଛାତ୍ରଛାତ୍ରୀ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଆବଶ୍ୟକସ୍ଥଳେ ଏକକାଳୀନ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। କୋଭିଡ୍ ଗାଇଡ୍‌ଲାଇନ୍‌ ମାନି ନାମଲେଖା ପ୍ରକ୍ରିୟା କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷା ସଂଯୋଗ ହ୍ରାଟୁଆପ୍ ଗ୍ରୁପ୍ ଜରିଆରେ ଅଭିଭାବକଙ୍କୁ ଏ ସଂପର୍କରେ ସୂଚିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.