News portal website
before header
[URIS id=5393]

ଅଗଷ୍ଟ ୧୫ରେ କରୋନା ଭ୍ଯାକ୍ସିନ

0 340

ଅଗଷ୍ଟ ୧୫ରେ ଦେଶକୁ ଆସିପାରେ କରୋନା ଭ୍ୟାକ୍ସିନ୍ ଦେଶରେ କରୋନା ଲଗାତାର ଭାବେ ବଢିବାର ଲାଗିଛି। ଏହାକୁ ରୋକିବା ପାଇଁ ଭ୍ୟାକ୍ସିନ୍ ର ଆବଶ୍ୟକ।

Notice

କରୋନା ପାଇଁ ଦେଶୀ ଭ୍ୟାକ୍ସିନ୍ କୁହାଯାଉଥିବା ‘କୋଭାକ୍ସିନ୍’ ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସ ଅବସରରେ ଲଞ୍ଚ୍ ହେବ ବୋଲି ଜଣାପଡିଛି। ଭାରତ ବାୟୋଟେକ୍ ଇଣ୍ଟର୍ନେସ୍ନାଲ୍ ଲିମିଟେଡ ସହ ମିଶି ଆଇ.ସି.ଏମ୍.ଆର୍ କୋଭାକ୍ସିନ୍ ବିକାଶ ପାଇଁ ଉଦ୍ୟମ ଚଳାଇଛି।ଏହି ଭ୍ୟାକ୍ସିନ୍ କ୍ଲିନିକାଲ୍ ପରୀକ୍ଷଣ ପାଇଁ କିଛି ନିର୍ଦ୍ଧିଷ୍ଟ ଅନୁଷ୍ଠାନ ଚୟନ ହୋଇଛି। କ୍ଲିନିକାଲ୍ ପରୀକ୍ଷା ଜୁଲାଇ ୭ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଯଦି ପ୍ରତ୍ୟେକ ପର୍ଯ୍ୟାୟରେ ପରୀକ୍ଷା ସଫଳ ହେବ ତେବେ ଏହା ଲଞ୍ଚ୍ ହେଇପାରିବ।

କୋଭାକ୍ସିନ୍ ହେଉଛି ଭାରତର ବାୟୋଟିକ୍ ଦ୍ୱାରା ପ୍ରସ୍ତୁତ ପ୍ରଥମ ସ୍ୱଦେଶୀ ଟିକା। ହାଇଦ୍ରାବାଦର ଜେନାମ୍ ଭ୍ୟାଲିରେ ସବୁଠାରୁ ସୁରକ୍ଷିତ ଲ୍ୟାବ୍ ରେ ଏହି ଟିକା ପ୍ରସ୍ତୁତ କରାଯାଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ୨୫ହଜାର୫୪୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୮ହଜାର୨୧୩ରେ ପହଞ୍ଚିଛି। ଏହା ସହ ଆକ୍ରାନ୍ତଙ୍କ ମଧ୍ୟରୁ ୩ଲକ୍ଷ୭୯ହଜାର୮୯୧ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୨ଲକ୍ଷ୨୭ହଜାର୪୩୯ ଜଣ ଚିକିତ୍ସିତ ଅଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.