୨୯ରୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ
ତା-୦୬-୧-୨୦୨୧
ସଂସଦୀୟ ବ୍ୟାପାର କମିଟି (ସିସିପିଏ) 29 ଜାନୁଆରୀରୁ ବଜେଟ୍ ଅଧିବେଶନକୁ ସୁପାରିଶ କରିଛି। ଏଥର ବଜେଟ୍ ଅଧିବେଶନ ଦୁଇଟି ଭାଗରେ ଚାଲିବ।
29 ଜାନୁୟାରୀରୁ 15 ଫେବୃଆରୀ ଭାଗ 1 ରେ ଏବଂ 8 ମାର୍ଚ୍ଚରୁ 8 ଏପ୍ରିଲ୍ ଭାଗ 2 ରେ ବଜେଟ୍ ଅଧିବେଶନକୁ ସୁପାରିଶ କରାଯାଇଛି। ସୂଚନାନୁସାରେ, ସିସିପିଏର ସୁପାରିଶ ଅନୁଯାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ 29 ଜାନୁଆରୀରେ ସଂସଦର ଉଭୟ ଗୃହର ମିଳିତ ବୈଠକରେ ସମ୍ବୋଧିତ କରିବେ। ସେହି ଅନୁଯାୟୀ, ଫେବୃଆରୀ ୧ ରେ ସାଧାରଣ ବଜେଟ୍ ଉପସ୍ଥାପନ କରାଯିବ। ସଂସଦର ବଜେଟ୍ ଅଧିବେଶନରେ ସମସ୍ତ କୋଭିଡ୍ ସମ୍ବନ୍ଧୀୟ ପ୍ରୋଟୋକଲ୍ ପାଳନ କରାଯିବ । ଉଭୟ ଗୃହର ପ୍ରକ୍ରିୟା 4-4 ଘଣ୍ଟା ପର୍ଯ୍ୟନ୍ତ ଚାଲିବ ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। www.austinnews.in
https:facebookaustinnews.in
https:youtubeaustinnews.in
twitter@austinnewsmedia
