ଆରଏସପିରେ ଗ୍ୟାସ୍ ଲିକ୍, ୪ ମୃତ ୨ ଗୁରୁତର

ରାଉରକେଲା
ତା-୦୬-୦୧-୨୦୨୦
ରାଉରକେଲା ଷ୍ଟିଲ ପ୍ଳାଣ୍ଟରେ ଗ୍ୟାସ ଲିକ୍। ସିସିଡି ବିଭାଗରେ ଗ୍ୟାସ ଲିକ୍ ଯୋଗୁଁ ୨ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଆହତ ମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଗ୍ୟାସ ଲିକ୍ କେମିତି ହେଲା ତାହା ଜଣାପଡ଼ିନାହିଁ । ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୯ଟା ବେଳେ RSPର କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଗ୍ୟାସ୍ ଲିକ୍ ହୋଇଥିଲା।
ଖବର ପାଇ ପ୍ଲାଣ୍ଟର ଅଗ୍ନିଶମ କର୍ମଚାରୀ ପହଞ୍ଚି ଅସୁସ୍ଥ ୧୦ ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ପ୍ଲାଣ୍ଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଜୀବନ ସହ ଲଢେଇ କରୁଛନ୍ତି,ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଅନ୍ୟ ୪ଜଣ ସୁସ୍ଥ ଥିବା ଜଣାପଡ଼ିଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews .in
https:youtubeaustinnews.in
twitter@austinnewsmedia
