News portal website
before header
[URIS id=5393]

ଅନୁଭବଙ୍କ ଖୋଲା ଚେତାବନୀ : ଲଢିବାର ଅଛି ତ ମୋ ସହିତ ଲଢ ମୋ ଫ୍ୟାନ୍ ମାନଙ୍କ ସହ ନୁହେଁ

0 248

ଭୁବନେଶ୍ବର: 

ତା-୧୫-୧୨-୨୦୨୦

ପୁଣି ବିବାଦରେ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି। ଏଥର ସେ ଭିଡିଓ ଜାରି କରି ନିଜ କ୍ଷୋଭ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ୬ ମିନିଟର ଏକ ଭିଡିଓ ଜାରି କରି ନିଜର ମନର କଥା ଫ୍ୟାନ ମାନଙ୍କ ନିକଟରେ ପହଞ୍ଚାଇଛନ୍ତି ଅନୁଭବ । ସେ କହିଛନ୍ତି ମୋ ସମର୍ଥକଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କଲେ ଚୁପ୍‌ ରହିବିନି । ସେ ଆହୁରି ମଧ୍ୟ କହିଛନ୍ତି  ଆଜି ପର୍ଯ୍ୟନ୍ତ ଚୁପ୍‌ ଥିଲି କିନ୍ତୁ ମୋ ଫ୍ୟାନ୍ ମାନଙ୍କୁ ଟାର୍ଗେଟ କଲେ ମୁଁ କଦାପି ଚୁପ୍ ରହିବିନି। ଅନୁଭବ କହିଛନ୍ତି ସେ ଚୁପ୍ ରହିଥିବାରୁ ଏହା ତାଙ୍କର ଦୁର୍ବଳତା ବୋଲି ଭାବି ନେଇଛନ୍ତି । ହେଲେ ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଆଗରେ ଛିଡା ହେବେ ବୋଲି ଅନୁଭବ କହିଛନ୍ତି । ଲଢିବାର ଅଛି ଯଦି ତାଙ୍କ ସହ ସିଧାସଳଖ ଲଢନ୍ତୁ ଫ୍ୟାନ୍‌ ମାନଙ୍କ ସହ ନୁହେଁ ବୋଲି ଅନୁଭବ କହିଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। 

www.austinnews.in

https:facebookaustinnews https:youtubeaustinnews

twitter@austinnewsmedia

Leave A Reply

Your email address will not be published.