ଭୁବନେଶ୍ବର:

ତା-୧୫-୧୨-୨୦୨୦
କୋରୋନା ଟିକାକରଣ ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଟିକା ଆସିଲେ ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ପ୍ରାଥମିକତା ଏ ନେଇ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ବିଭିନ୍ନ ରୋଗରେ ଆକ୍ରାନ୍ତ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ପ୍ରାଥମିକତା ଦିଆଯିବ । କେନ୍ଦ୍ର ନିୟମ ଅନୁସାରେ ଆଗୁଆ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡିବ ବୋଲି ଗାଇଡଲାଇନରେ କୁହାଯାଇଛି। ସ୍ପଟ ଉପରେ ପଞ୍ଜିକରଣ ହେବ ନାହିଁ , କେବଳ ପୋର୍ଟାଲରେ ପଞ୍ଜିକରଣ ହେବ ବୋଲି କେନ୍ଦ୍ର ଗାଇଡଲାଇନରେ ଦର୍ଶାଯାଇଛି । ପରିଚୟ ପତ୍ର ଦେଇ ପଞ୍ଜିକରଣ କରିବାକୁ ପଡିବ । ଗୋଟିଏ ସେଣ୍ଟରରେ ୧୦୦ରୁ ୨୦୦ ଲୋକଙ୍କୁ ଟିକା ଦିଆଯିବ । ଟିକା କରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ତରରୁ ବ୍ଳକ ସ୍ତର ପର୍ଯ୍ୟନ୍ତ ଟାସ୍କ ଫୋର୍ସ ଗଠନ କରାଯାଇଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
