ନୂଆଦିଲ୍ଲୀ:

ତା-୯-୧୨-୨୦୨୦
କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଆଜି ୩ଟି ଯାକ ଆଇନର ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି କରିଛନ୍ତି ଚାଷୀ ସଂଗଠନ । ୩ଟି ଯାକ ଆଇନ ରଦ୍ଦ ନହେବା ଯାଏ ଧାରଣା ଜାରି ରହିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛନ୍ତି। ସରକାରଙ୍କ ୨୦ ପୃଷ୍ଠାର ଲିଖିତ ପ୍ରସ୍ତାବକୁ ଖାରଜ କଲେ କୃଷକ ସଂଗଠନ । ସରକାରଙ୍କ ୯ଟି ପ୍ରସ୍ତାବ ଉପରେ ବିଚାରବିମର୍ଶ କରିବା ପରେ ନିଷ୍ପତ୍ତି ନେଇଛନ୍ତି । ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ମିଳିତ କୃଷକ ସଂଗଠନର ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ୧୨ରେ ସବୁ ଟୋଲ୍ଗେଟ୍କୁ ନିଃଶୁଳ୍କ କରିବେ କୃଷକ । ଡିସେମ୍ବର ୧୪ରେ ପ୍ରତି ଜିଲ୍ଲା ସ୍ତରରେ ଧାରଣା କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
