ଭୁବନେଶ୍ବର:

ତା-୭-୧୨-୨୦୨୦
ବହୁ ଚର୍ଚ୍ଚିତ ନୟାଗଡ଼ର କୋମଳମତି ପରୀ ହତ୍ୟା ମାମଲାରେ ବିରଧ ଥମିବାର ନାଁ ନେଉନି। ପରୀ କୁ ନ୍ୟାୟ ପ୍ରଦାନ ପାଇଁ ରାଜଭବନ ଆଗରେ ବିଜେପି ପକ୍ଷରୁ ଦିଆଯାଇଛି ଗଣ ଧାରଣା । ଏହି ଧାରଣାରେ ବହୁ ବରିଷ୍ଠ ନେତା ସାମିଲ ଅଛନ୍ତି । ମାମଲାର CBI ତଦନ୍ତ ଓ କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ଦଳ। ପରୀ ହତ୍ୟା ପ୍ରସଙ୍ଗରେ BJPର ଧାରଣା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି, ତଦନ୍ତ ପାଇଁ SIT ମୁଖ୍ୟ ଅରୁଣ ବୋଥ୍ରା ୨ ସପ୍ତାହ ମାଗିଛନ୍ତି । ତଥ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ, ସମସ୍ତେ ଚାହୁଁଛନ୍ତି ପରୀକୁ ନ୍ୟାୟ ମିଳୁ, ଘଟଣାରେ ରାଜନୀତି ନହେଉ ବୋଲି ଦେବୀ ମିଶ୍ର କହିଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
