News portal website
before header
[URIS id=5393]

ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି: ଲୋକାୟୁକ୍ତରେ ହାଜର ହେଲେ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ

0 163

ଭୁବନେଶ୍ବର:

Notice

ତା-୭-୧୨-୨୦୨୦

କୋଭିଡ୍-୧୯ ପରିଚାଳନା ଲାଗି ସାମଗ୍ରୀ ଯୋଗାଣ ପାଇଁ ଗଠିତ  କ୍ରୟ କମିଟିର ପ୍ରାକ୍ତନ ମୁଖ୍ୟ ଆଇଏଏସ୍‌ ହେମନ୍ତ ଶର୍ମା। ତାଙ୍କ ସହ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ‌ା ଯାମିନୀ ଷଡ଼ଙ୍ଗୀ ବି ହାଜର ହୋଇଛନ୍ତି। ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ଆଜି ପୁଣି ଲୋକାୟୁକ୍ତର ହାଜର ହୋଇଛନ୍ତି । IAS ହେମନ୍ତ ଶର୍ମା ପ୍ରାକ୍ତନ କ୍ରୟ କମିଟିର ମୁଖ୍ୟ ଥିଲେ । ଉଭୟ ଅଧିକାରୀ  ପୂର୍ବରୁ ମଧ୍ୟ ଲୋକାୟୁକ୍ତରେ ହାଜର ହୋଇଥିଲେ । ପୂର୍ବରୁ ମାସ୍କ, ପିପିଇ ଓ ସାନିଟାଇଜର କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ରାଜ୍ୟ କଂଗ୍ରେସ ଏଥିପାଇଁ ମାମଲା ଦାୟର କରିଥିବା ବେଳେ ପରେ ଏ ନେଇ  ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମଧ୍ୟ ଏକ ମାମଲା ଦାୟର ହୋଇଥିଲା।ସୂଚନାଯୋଗ୍ୟ,  ଗତ ୨୩ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ପାଇଁ ଲୋକାୟୁକ୍ତ କହିଥିଲେ। ତେବେ ମୁଖ୍ୟ ଶାସନ ସଚିବ ଏକ ଚିଠି ମାଧ୍ୟମରେ  କୋଭିଡ୍ ମହାମାରୀ ସମୟରେ କେଉଁ କେଉଁ ଅଧିକାରୀଙ୍କୁ କଣ ଦାୟିତ୍ୱ ଦିଆଯାଇଥିଲା, ସେସବୁର ଉତ୍ତର  ରଖିଥିଲେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.