ଭୁବନେଶ୍ବର:

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କୋର୍ଟକୁ ଟାଣିବ କଂଗ୍ରେସ। ପରୀ ହତ୍ୟା ମାମଲାରେ SIT ତଦନ୍ତ ଦାବି କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ତେବେ ସରକାର ମଧ୍ୟ ତାଙ୍କ ଦାବି ପୂରଣ କରିଥିଲେ। କିନ୍ତୁ ଏହି ଘଟଣାରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କଂଗ୍ରେସ ବିଧାୟକ ଟଙ୍କା ନେଇ ବିକ୍ରି ହୋଇଥିବା ଅଭିଯୋଗ କରିଥିଲେ। କିଣିବା ପ୍ରସଙ୍ଗରେ କ୍ଷମା ନ ମାଗିଥିବାରୁ ନୋଟିସ ପଠାଇବ କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେ ଚେତାବନୀ ଦେଇଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
