ଭୁବନେଶ୍ବର:

ତା-୩-୧୨-୨୦୨୦
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି ରେ ମାମଲା ରୁଜୁ ହୋଇଛି। ଟାଟା କମ୍ପାନୀରେ ଚାକିରି କରାଇଦେବା ପାଇଁ ଭାବି ଜ୍ୱାଇ ଆକାଶ ପାଠକଙ୍କ ନାଁରେ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇବ୍ରାଞ୍ଚ ଗିରଫ କରିଥିବା ସୂଚନା ମିଳିଛି । ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧ ମାମଲାରେ ଗିରଫ।ଆଜି ସଂଧ୍ୟା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ସରକାରୀ ବାସଭବନରୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲେ। ଏ ନେଇ ତାଙ୍କ ପତ୍ନୀ ସରକାରଙ୍କ ଉପରେ ଆରୋପ ଲଗାଇ ଥିଲେ। ଏହାର କିଛି ସମୟ ପରେ କ୍ରାଇମବ୍ରାଞ୍ଚ ଟ୍ୱିଟ୍ କରି ପ୍ରଦୀପଙ୍କୁ ନେଇଥିବା ସ୍ପଷ୍ଟ କରିଥିଲା।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
