News portal website
before header
[URIS id=5393]

ପୋଲିସ ନାଁରେ ପ୍ରଦୀପ ପାଣିଗ୍ରାହୀଙ୍କ ସଙ୍ଗୀନ ଅଭିଯୋଗ

0 219

ଭୁବନେଶ୍ବର: 

ତା-୧-୧୨-୨୦୨୦

ବିଜୁ ଜନତା ଦଳରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି, ପୁଲିସ ତାଙ୍କ ସମ୍ପର୍କୀୟ ଏବଂ ସମର୍ଥକଙ୍କୁ ଥାର୍ଡ ଡିଗ୍ରୀ ଦେଉଛି। ଏନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋତେ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। ମୋ ନାଁରେ ଏତଲା କି କୌଣସି ଅଭିଯୋଗ ନାହିଁ। ମୋ ଲୋକଙ୍କୁ ଚାପ ପକାଯାଉଛି ଏବଂ ଥାର୍ଡ ଡିଗ୍ରୀ ଦିଆଯାଉଛି। ପୁଲିସ୍‌ ଉଦ୍ଦେଶ୍ୟମୂଳକ ଭାବେ କାମ କରୁଛି ବୋଲି ପ୍ରଦୀପ ଚିଠିରେ ଅଭିଯୋଗ କରିଛନ୍ତି। ପ୍ରଦୀପ କହିଛନ୍ତି ,ପୁରୀ ହାତଜ ମୃତ୍ୟୁ ଏବଂ ପରୀ ମାମଲା ଭଳି ଅନେକ ଘଟଣାର ଏ ପର୍ଯ୍ୟନ୍ତ ତଦନ୍ତ ହୋଇନି। କିନ୍ତୁ ମୋ ପଛରେ ଅଯଥାରେ ପୁଲିସ ଲାଗିଛି। ମୋ ସାଙ୍ଗରେ ଯାହା ସବୁ ଘଟୁଛି ମୁଖ୍ୟମନ୍ତ୍ରୀ ଜାଣନ୍ତି କି ନାହିଁ, ତାହା ମୁଁ ଜାଣିନି। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରିଥିଲି, କିନ୍ତୁ ତାଙ୍କ ସହ ମୋତେ କଥାବାର୍ତ୍ତା କରାଇ ଦିଆଗଲାନି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.