News portal website
before header
[URIS id=5393]

ପରୀ ମୃତ୍ୟୁ ମାମଲାରେ ସମ୍ବିତଙ୍କୁ ଟାର୍ଗେଟ କଲା କଂଗ୍ରେସ

0 171

ଭୁବନେଶ୍ବର:

ତା-୦୧-୧୨-୨୦୨୦

 ପରୀ ମୃତ୍ୟୁ ପ୍ରସଙ୍ଗରେ ରାଜନୀତି ଜୋର ଧରିଛି।ଗତକାଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ବିଜୁ ଜନତା ଦଳ ଠାରୁ ଟଙ୍କା ଖାଇ ଚୁପ ରହିଥିବା ଅଭିଯୋଗ ଆଣିଥିଲେ। ତେବେ ଏ ନେଇ ଆଜି ବରିିିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ସମ୍ବିତଙ୍କୁ ଟାର୍ଗେଟ କରି କହିଛନ୍ତି ସେ ୧୫ ଦିନ ଭିତରେ ପ୍ରମାଣ ଦିଅନ୍ତୁ  ନହେଲେ ପରିସ୍ଥିତି ଭୟାନକ ହେବ । ପରୀ ମୃତ୍ୟୁ ମାମଲାରେ ସେମାନେ ଏସଆଇଟି ତଦନ୍ତ ଦାବି କରିଥିଲେ । ସରକାର ମଧ୍ୟ ଏସଆଇଟିକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ଭାରତୀୟ ଜନତା ପାର୍ଟି ଡ୍ରାମା କରୁଛି । ବିଧାନସଭା ଭିତରେ ଡ୍ରାମା କଲେ, ବାହାରେ ବି କରୁଛନ୍ତି । ସମ୍ବିତଙ୍କର ଏଭଳି ମନ୍ତବ୍ୟ କଷ୍ଟ ଦେଇଛି ବୋଲି ସୁର କହିଛନ୍ତି । ପଇସା ନେଇ ହିସାବ ନଦେଲେ ବିଚ୍ ରାସ୍ତାରେ ଜବାବ ଦେବେ ବୋଲି ସୁର କହିଛନ୍ତି । ସେପଟେ ଗଣମାଧ୍ୟମରେ କ୍ଷମା ନମାଗିଲେ ସମ୍ବିତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.