News portal website
before header
[URIS id=5393]

ବାବୁ କହିଲେ ‘ମୋ ପୁଅର ମାସିକ ଦରମା କୋଟିଏ ‘

0 192

ଭୁବନେଶ୍ବର: 

ତା-୨୭-୧୧-୨୦୨୦

ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ମିଳିବା ପରେ ଗତକାଲିଠାରୁ ଜାରି ରହିଛି ଚଢାଉ ମିଳୁଛି ଅମାପ ସଂପତ୍ତି । ଗତକାଲି ପୁନେରୁ ଭିଜିଲାନ୍ସ ଟିମ୍ ଆଇଏଫଏସ୍ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ବର ଆଣିଛି। ତାଙ୍କୁ ସଂପତ୍ତି ଠୁଳ ନେଇ ଅଧିକ ପଚରାଉଚରା କରାଯାଇଛି। ଏପଟେ ବାବୁ କହିଛନ୍ତି, ମୋ ପୁଅର ମାସିକ ଦରମା କୋଟିଏ । ପୁଅ ମୋ ଟଙ୍କାରେ ଅୟସ କରୁନଥିଲା । ଅନ୍ୟପଟେ ପୁଅ ସଂପର୍କରେ ଅଭୟ କହିଛନ୍ତି କିଛି ଠକେଇ ହୋଇନି, ସବୁ ଠିକ୍ ଅଛି। ସମୟ ଆସିଲେ ସବୁ କାଗଜ ପତ୍ର ଦେବି। ପୁଅ ମୋ ପଇସାରେ ୟସ କରୁନଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ,  ମୋ ପୁଅର ମାସିକ ଦରମା ୧ କୋଟି। ବିଭାଗରେ ଥାଇ ବି ଟଙ୍କା ହଡ଼ପ କରି ନଥିବା  ଅଭୟ କହିଛନ୍ତି। ଆଜି କ୍ୟାପିଟାଲ ହସ୍ପିଟାଲରେ ଆଇଏଫଏସ୍ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

ଏହି ସମୟରେ ଅଭୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋ ପୁଅର ମାସିକ କୋଟିଏ ଟଙ୍କା ଦରମା ବୋଲି କହିଛନ୍ତି ।  କିଛି ଠକେଇ ହୋଇନି , ମୋ ବିରୋଧରେ ଆସିଥିବା ସବୁ ଅଭିଯୋଗ ମିଛ ।  ବିଭାଗରେ ଥାଇ ଅର୍ଥ ହଡ଼ପ କରିନାହାନ୍ତି ବୋଲି ପାଠକ କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ୪ ଜଣଙ୍କୁ ପଚରାଉଚରା କରିଛି ଭିଜିଲାନ୍ସ। ସେମାନେ ହେଲେ ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ, ପୁତୁରା ହର୍ଷ ପାଠକ ଏବଂ ଡ୍ରାଇଭର। ବାପ-ପୁଅଙ୍କୁ ଖୁବ ଶୀଘ୍ର ଭିଜିଲାନ୍ସ ଗିରଫ ସହ ଅପରାହ୍ନରେ କୋର୍ଟ ଚାଲାଣ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ଆଇଏଫ୍‌ଏସ ଅଭୟକାନ୍ତଙ୍କୁ ଭିଜିଲାନ୍ସ  ଡିଆଇଜି ସଞ୍ଜୟ କୁଶାଲ ଜେରା କରିଛନ୍ତି। ଏହି ପଚରାଉଚରା ସମୟରେ ଭିଜିଲାନ୍ସ ଏସ୍‌ପି ଅନୁପମା ଜେମ୍ସ ମଧ୍ୟ ଉପସ୍ଥିତ ଥିଲେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.