News portal website
before header
[URIS id=5393]

୨୯ରେ ଆଉ ଏକ ଲଘୁଚାପ

0 117

ଭୁବନେଶ୍ୱର: 

ତା- ୨୭-୧୧-୨୦୨୦

ଓଡିଶାରୁ ମୌସୁମୀ ବିଦାୟ ନେଇ ଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ଲଘୁଚାପ ଆସୁଛି। ଆସନ୍ତା ୨୯ରେ ଆଉ ଏକ ଲଘୁଚାପ । ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ପଶ୍ଚିମ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡିରେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସୋନପୁରରେ ୧୩.୯ ଡିଗ୍ରୀ, ଭୁବନେଶ୍ୱରରେ ୧୮.୨ ଗ୍ରୀ ଏବଂ କଟକରେ ୧୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ତାପମାତ୍ରା ୩ରୁ ୪ଡ଼ିଗ୍ରୀ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.