News portal website
before header
[URIS id=5393]

କୋଟିପତି ବାପ ପୁଅକୁ ରାତି ସାରା ଜେରା

0 187

ଭୁବନେଶ୍ବର: 

ତା-୨୭-୧୧-୨୦୨୦

ଭିଜିଲାନ୍ସ ଇତିହାସର ସବୁଠାରୁ ବଡ ଚଢାଉ ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଆଜି ଗିରଫଦାରୀ ହୋଇପାରେ । ଆଜି ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରିବ ଭିଜିଲାନ୍ସ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଯାଂଚ ଚାଲିଥିବା ବେଳେ ବାପା ପୁଅଙ୍କୁ ମୁହାଁମୁହିଁ ବସାଇ ସାରା ରାତି ଜେରା କରିଛି ଭିଜିଲାନ୍ସ । ଗତ କାଲି ଆଭୟକାନ୍ତଙ୍କ ପୁଅକୁ ଭୁବନେଶ୍ୱର ଅଣାଯିବା ପରେ ଭିଜିଲାନ୍ସ ଉଭୟ ବାପା ଓ ପୁଅ ଆକାଶ ପାଠକ ପୁତୁରା ହର୍ଷ ପାଠକ ଏବଂ ଡ଼୍ରାଇଭରଙ୍କୁ ଜେରା କରାଯାଇଛି ।

ଏପରିକି ୪ଜଣଙ୍କୁ ଏକାଠି ବସାଇ ମୁହାଁମୁହିଁ ଜେରା କରିଛି ଭିଜିଲାନ୍ସ । ପାଠକଙ୍କ ପ୍ରାୟ ୯କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠାବ ହୋଇଛି । ଭିଜିଲାନ୍ସର ଚଢାଉ ସମୟରେ ବାବୁ ଅଭୟକାନ୍ତ ପାଠକଙ୍କଠାରୁ ଯେଉଁ ସମ୍ପତି ଜବତ ହୋଇଛି, ତାରା ତାଲିକା ବେଶ ଲମ୍ବା ରହିଛି । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଏହି ଚଢାଉ ସମୟରେ ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ଟଙ୍କା କ୍ୟାସ । ୮୦୦ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଛି । ବଡ କଥା ହେଲା ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଂଟରେ ୯.୪ କୋଟି ଟଙ୍କା ଜମା ହୋଇଛି । ଏହି ଟଙ୍କା ମଧ୍ୟରୁ କେବଳ ଭୁବନେଶ୍ୱରରେ ଜମା ହୋଇଛି ୮.୪ କୋଟି ଟଙ୍କା । ଅଧିକାଂଶ ଟଙ୍କା ଭୁବନେଶ୍ୱରର ସହିଦ ନଗର ଏବଂ ନୟାପଲ୍ଲୀରେ ଥିବା ଏଟିଏମ ମାଧ୍ୟମରେ ଜମାହୋଇଛି । ପୁଅ ଆକାଶ ନାଁରେ ରହିଛି ୩ଟି ଦାମି ଗାଡି । ମର୍ସିଡେଜ, ବିଏମଡବ୍ଲୁ, ଟାଟା ହାରିୟର ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.